ମୁଖ୍ୟମନ୍ତ୍ରୀ ସମ୍ବେଦନଶୀଳ ହୁଅନ୍ତୁ, ନିରପେକ୍ଷ ତଦନ୍ତ କରାଇ ଦୋଷୀ ମାନଙ୍କୁ ଦଣ୍ଡ ଦେବାକୁ ଦାବି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଦିବାସୀ ନାବାଳିକାକୁ ଗଣ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। 

  କେନ୍ଦୁଝର,ତା୧୮/୬- ଆଦିବାସୀ ନାବାଳିକାକୁ ଗଣ ଦୁଷ୍କର୍ମ ଓ ହତ୍ୟା ଖବର କେନ୍ଦୁଝର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ୧୬ ତାରିଖ ରାତିରେ ଝିଅକୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ପଣ୍ଡାପଡ଼ା ଥାନାରେ ଲିଖିତ ଏତଲା ଦିଆ ଯାଇଛି। ସୂଚନା ଯୋଗ୍ୟ କି ପଣ୍ଡାପଡା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମର ଏହି ଝିଅ ମମତା ନାଏକ(୧୬) ଯେ ଏବେ ଯୁକ୍ତ ଦୁଇରେ ପାଠ ପଢୁଛି ସେ ପରିବାରର ତୃତୀୟ ଝିଅ ରଜ ପର୍ବ ଲାଗି ଅତି ଖୁସି ଥିଲା। ସେଦିନ ସନ୍ଧ୍ୟାରେ ଘର ପାଖକୁ ଶୌଚ ହେବ କହି ଯାଇଥିଲା ହେଲେ ଡେରି ହେବାରୁ ଘରେ କଲ୍ କରିବାରୁ ଯାଉଛି କହିଥିଲା ଏହାପରେ ଆଉ ଫୋନ ଲାଗି ନଥିଲା। ଘରେ ଖୋଜି ତାକୁ ଆଉ ପାଇ ନଥିଲେ ତେବେ ଭୋର ସକାଳୁ ଅନ୍ୟ ଜଣେ ଭଉଣୀ ଉଠି ବାରିପଟେ ଗଲା ବେଳେ ମମତା ଏକ ସଜନା ଗଛରେ ଝୁଲୁ ଥିବା ଦେଖି ଘରେ କହିଥିଲା। ଏହି ଘଟଣା ପ୍ରଘଟ ହେବାରୁ ଗାଁ ଲୋକେ ଧାଇଁ ଆସି ଦେଖିଲେ କି ଝିଅ ପାଦ ତଳେ ଲାଗିଛି ପାଦରେ ରକ୍ତ ବୋହି ଲାଗିଛି ତେଣୁ ଏହା ହତ୍ୟା ଓ ଦୁଷ୍କର୍ମ ବୋଲି ପ୍ରଚାର ହେଲା। ଝିଅ କିଛି ଦିନ ଆଗରୁ ନିକଟସ୍ଥ ବଡ କମଣ୍ଡରା ଗ୍ରାମର ସାଗର ନାଏକ ସହ ଫୋନରେ କଥା ହେଉଥିବାରୁ ସେହି ପିଲା ଓ ତାହାର ସାଙ୍ଗଙ୍କ ଉପରେ ଏକାଣ୍ଡ ଲାଗି ସନ୍ଦେହ ହେଲା। ତେବେ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଧରିବାକୁ ସମସ୍ତେ ଦାବି କରି ରାସ୍ତାରୋକ କରି ପ୍ରତିବାଦ କରିଥିଲେ। ତେବେ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଝିଅର ଶବ ବ୍ୟବଚ୍ଛେଦ ହୋଇଥିଲା। ଏହି ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିବାରୁ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡ଼ାଙ୍କ ନେତୃତ୍ୱରେ ଏକ କଂଗ୍ରେସ ଟିମ ଆଜି ତେନ୍ତଳାପଶି ଗ୍ରାମକୁ ଯାଇ ପୀଡ଼ିତା ପରିବାର ଓ ଗ୍ରାମବାସୀଙ୍କୁ ଭେଟି ଥିଲେ। ଏହି ଦଳରେ ରାଜ୍ୟ କଂଗ୍ରେସ ଆଦିବାସୀ ମୋର୍ଚ୍ଚା ସଭାପତି ଯଶୋବନ୍ତ ନାରାୟଣ ସିଂହ ଲାଗୁରି, ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ ଆଦି ଯାଇଥିଲେ। ସେଠାରେ ସେମାନେ ଜିଲ୍ଲା ଏସପିଙ୍କୁ ଭେଟିଥିଲେ। ତେଣୁ ସନ୍ଧ୍ୟାରେ କଂଗ୍ରେସ ଭବନରେ ଏକ ପ୍ରେସ ମିଟ କରିଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ପରିଡ଼ା କହିଥିଲେ କି କଂଗ୍ରେସ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳ ଯାଇ ସ୍ତମ୍ଭୀଭୂତ ହେଲେ। ଅତି ଗରିବ ପରିବାରର ଝିଅକୁ ଏପରି ନିର୍ମମ ଭାବେ ହତ୍ୟା କରି ଗଣ ଦୁଷ୍କର୍ମ କରା ଯାଇଛି ଯାହା ଘୋର ନିନ୍ଦନୀୟ। ଏହି ହତ୍ୟାକାରୀ ପିଲା ମାନେ ସରକାରୀ ଦଳରେ ମାତି ପାଖ ଛକରେ ମେଳି କରନ୍ତି ଲୋକେ କହିଲେ। ଗୋଟେ ନାବାଳିକା ଝିଅକୁ ଘର ପାଖରୁ ଅଧ କିଲୋମିଟର ଦୂର ନେଇ ରାତିରେ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୂରରେ ଗୋଟେ ପଟି ସହ ସେ ପିଲାଙ୍କ ପିନ୍ଧା ବସ୍ତ୍ର ପଡ଼ି ରହିଛି। ତେଣୁ ଏହି ସମସ୍ତ ଦୋଷୀଙ୍କୁ ଧରିବାକୁ ସେ ଦାବି କରିଛନ୍ତି। ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଶ୍ରୀ ଲାଗୁରି କହିଥିଲେ କି ପୋଲିସ ସମ୍ପୂର୍ଣ୍ଣ ଚାପ ରହିତ ଭାବେ ଏହାର ତଦନ୍ତ କରୁ। ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ଏହି ଗୁରୁତର କଥା ନେଇ ମୁହଁ ଖୋଲିବାକୁ ସେ ଦାବି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଆସି ଏହି ଗରିବ ପରିବାରକୁ ଭେଟ କରିବାକୁ ସେ ଆହ୍ୱାନ ଦେଇ ପୀଡ଼ିତା ପରିବାରକୁ ଦଶ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ସହାୟତା ଦେବାକୁ ଦାବି ମଧ୍ୟ ରଖିଛନ୍ତି। ସେହିପରି ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ ଏହି ପରିବାର ଅତି ଗରିବ ତେଣୁ ଆବାସ ଘର ସହ ମାତ୍ର ପଚାଶ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି। ସେହିପରି ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଏହି ଝିଅକୁ ନ୍ୟାୟ ନମିଳିଲେ କଂଗ୍ରେସ ରାଜରାସ୍ତାରେ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସମ୍ପାଦକ ସଂଗ୍ରାମ ଦାସ ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ। ଏଥିରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ ସହାୟତା କରିଥିଲେ।

0
0
0
s2sdefault