ହେଡଲାଇନସ୍:

ଜେ କେ କାଗଜ କଳ , ରାୟଗଡା ପାରିପାର୍ଶ୍ଵିକ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରୀନଟେକ ସିଏସଆର ଆୱାର୍ଡ ରେ ସମ୍ମାନିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାୟଗଡା: ଜେ କେ ପ୍ରତିଷ୍ଠାନ ଅଧୀନ ରେ ଥିବା ଜେକେ କାଗଜକଳ, ରାୟଗଡା ୟୁନିଟ କୁ ନୂଆ ଦିଲ୍ଲୀ ଠାରେ ଗ୍ରୀନଟେକ ଇଣ୍ଡିଆ ଫାଉଂଡେସନ ଦ୍ୱାରା ଜାତୀୟ ସ୍ତର ର ଦୁଇଟି ପୁରସ୍କାର ରେ ପୁରସ୍କୃତ କରାଯାଇଅଛି | ପାରିପାର୍ଶ୍ଵିକ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ପାଇଁ ଗ୍ରୀନଟେକ ଇଣ୍ଡିଆ ଫାଉଂଡେସନ ର ବିଚାରକ ମଣ୍ଡଳୀ ଦ୍ୱାରା ବିଜେତା ଘୋଷଣା କରାଯିବ| ସହ ପୁରସ୍କୃତ କରାଯାଇଛି |
ଜେ କେ କାଗଜ କଳ, ରାୟଗଡା ର ଲୋକସମ୍ପର୍କ ଓ ପରିପାର୍ଶ୍ଵିକ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ମୃତିରେଖା କର ଅଂଶ ଗ୍ରହଣ କରି ଗ୍ରୀନଟେକ ୧୧ ତମ ସିଏସଆର ଆୱାର୍ଡ ଗ୍ରହଣ କରିଥିଲେ | ସେହିପରି ପରିବେଶ , ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ବିଭାଗର ବରିଷ୍ଠ ମହା ପ୍ରବନ୍ଧକ ଶ୍ରୀଯୁକ୍ତ ସତ୍ୟଜିତ ମହାନ୍ତି ଯୋଗ ଦେଇ ଗ୍ରୀନଟେକ ପରିବେଶ ସୁରକ୍ଷା ଆୱାର୍ଡ ଗ୍ରହଣ କରିଥିଲେ |
ଜେ କେ କାଗଜ କଳ ର କାର୍ଯ୍ୟ ନିର୍ବାହୀ ଉପ ସଭାପତି ଶ୍ରୀଯୁକ୍ତ ବିନୟ ଦ୍ବିବେଦୀ ସମସ୍ତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଦର୍ଶାଇଥିଲେ ଯେ ଜେ କେ କାଗଜ କଳ ଏହାର ନିରନ୍ତର ସମାଜ ବିକାଶ , ପରିବେଶ ସୁରକ୍ଷା କାର୍ଯ୍ୟ କୁ ଜାରି ରଖିବା ସହିତ ଏହି ଜାତୀୟ ସ୍ତରର ପୁରସ୍କାର ଆଗକୁ ଆହୁରି ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଆମକୁ ପ୍ରେରଣା ଯୋଗାଇବ |

0
0
0
s2sdefault