ଓଡ଼ଗାଁ, ୪।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନ୍ଏସିର ଦଲକ ଠାରେ ମା' ଗୟଳ ସିଂହ ମନ୍ଦିର ପରିସରରେ ପଞ୍ଚ ଦିବସୀୟ ଶ୍ରୀ ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପାଠ, ପ୍ରବଚନ ଜ୍ଞାନ ଯଜ୍ଞ ଶନିବାର ଠାରୁ ଆରମ୍ଭ ହୋଇ ବୁଧବାର ଦିନ ଉଦଯାପିତ ହୋଇଯାଇଛି । ବ୍ୟାସ ଭାବେ ପୁରୀରୁ ଆସିଥିବା ସନ୍ଥ ଶ୍ରୀ ଶିବରାମ ଦାସ ମହାରାଜ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଶ୍ରୀ ସୁଦର୍ଶନ ତ୍ରିପାଠୀ ପ୍ରଭୁ ଶ୍ରୀରାମ ଓ ଭକ୍ତ ହନୁମାନଙ୍କ ପ୍ରାକଟ୍ୟ ଲୀଳା ସମ୍ପର୍କରେ ପ୍ରବଚନ ରଖିଥିଲେ । ସେହିପରି ରତ୍ନାକର ନାୟକ ଶ୍ରୀ ହନୁମାନ କଥାବସ୍ତୁ ଆଧାରରେ ଭକ୍ତି ଜାଗରଣ ସୃଷ୍ଟି କରିଥିଲେ । ପଣ୍ଡିତ ଫକିର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ ମଧ୍ୟମରେ ଜ୍ଞାନ ବିତରଣ କରାଯାଇଥିଲା । ମା' ଗୟଳସିଂ ମନ୍ଦିର କମିଟି ସମ୍ପାଦକ ପ୍ରମୋଦ କୁମାର ପାତ୍ର ଓ ସଭ୍ୟ ମାନଙ୍କ ସହିତ ଦଲକ ଗ୍ରାମବାସୀ ବୃନ୍ଦଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।
ରାଜ୍ୟ
ସୁନ୍ଦରା କାଣ୍ଡ ପାଠ ଓ ପ୍ରବଚନ ଜ୍ଞାନ ଯଜ୍ଞ ଉଦଯାପିତ
- Hits: 258