ହେଡଲାଇନସ୍:

ବେଲଗୁଣ୍ଠାରେ ବ୍ୟାପକ ବିଦ୍ୟୁତ୍ ବିଭ୍ରାଟ: ତୀବ୍ର ଜନ ଅସନ୍ତୋଷ, କାର୍ଯ୍ୟାଳୟ ଘେରାଉ ଚର୍ଚ୍ଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ସହ୍ୟ ହେଉ ନ ଥିବା ବେଳେ ବେଲଗୁଣ୍ଠା ବିଦ୍ୟୁତ୍ ବିଭାଗର ବାରମ୍ବାର ବିଦ୍ୟୁତ୍ କାଟ ଜନସାଧାରଣରେ ଅହେତୁକ ଅସନ୍ତୋଷ ଦେଖାଦେଇଛି । ପୁର୍ବ ଟିପିଏସଓଡିଏଲ୍ ର ମନମୁଖୀ କାର୍ଯ୍ୟ କଳାପ ଓ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଅସନ୍ତୋଷ ଜାହିର କରିଥିବା ବେଳେ ଗରମ ଦିନରେ ମଧ୍ୟ ଏହି ଅସୁବିଧା ବୋଝ୍ ଉପରେ ଲଳିତା ବିଡା ସଦୃଶ ହୋଇଛି । ଗୋଟିଏ କି ଦୁଇ ଥର ନୁହେଁ ଦିନ କୁ ୮ ଥର ରୁ ଅଧିକ କିଛି ସମୟ ସମୟ ବ୍ୟବଧାନରେ ବିଦ୍ୟୁତ୍ କାଟ ହେଉଛି । ଫଳରେ ଘର ମାନଙ୍କରେ ଥିବା ଛୋଟ ଛୁଆ,ଅସୁସ୍ଥ ବ୍ୟକ୍ତି ଓ ବୃଦ୍ଧ ବୃଦ୍ଧା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ପରି କି ଜଳ ଯୋଗାଣ ସମୟରେ ମଧ୍ୟ ବିଦ୍ୟୁତ୍ କାଟ ଲୋକଙ୍କ ପିଛା ଛାଡୁନି ।ଜଳ ଯୋଗାଣ ସମୟରେ ବିଦ୍ୟୁତ୍ କାଟ ହେଲେ ଲୋକେ ପିଇବା ପାଇଁ ପାଣି ସଂଗ୍ରହ କରି ପାରୁନାହାଁନ୍ତି । ବିଦ୍ୟୁତ୍ କଷ୍ଟ କୁ ଭାରି ଜଳ କଷ୍ଟ ହୋଇପଡୁଥିବା ଆଲୋଚନା ହେଉଛି । ଏ ନେଇ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସଲାସୁତୁରା ହୋଇ ଜଳ ଯୋଗାଣ ସମୟରେ ବିଦ୍ୟୁତ୍ କାଟ ଜାଣି ଶୁଣି କରାଯାଉଛି ବୋଲି ମଧ୍ୟ ଚର୍ଚ୍ଚା ଜୋର୍ ଧରୁଛି । ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇ ପାରି ନ ଥିଲା ବେଳେ ଆଗାମୀ ଦିନରେ ବେଲଗୁଣ୍ଠା ଜନ ସାଧାରଣଙ୍କୁ ଜାଣିଶୁଣି ହଇରାଣ କଲେ ଆନ୍ଦୋଳନ କରିବା ନେଇ ମଧ୍ୟ ଆଲୋଚନା ହେଉଛି ।

0
0
0
s2sdefault