ହେଡଲାଇନସ୍:

ବିଜେପୁର ରେ ନୂତନ ତହସିଲଦାର ଙ୍କ ଯୋଗଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ରେ ନୂତନ ତହସିଲଦାରଙ୍କ ଯୋଗଦାନ । ବିଜେପୁରରେ ଥ‌ିବା ତହସିଲଦାର କର୍ଣ୍ଣ ସୁନା ଙ୍କ ଭେଡେନ ବ୍ଲକ କାର୍ଯ୍ୟାଳୟ ବିଡ଼ିଓ ଭାବରେ ବଦଳି ହୋଇଥିବା ବେଳେ ମୁକ୍ତେଶ୍ୱର ପାଣିଗ୍ରାହୀ ବିଜେପୁର ତହସିଲରେ ନୂତନ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ସ୍ଥାନୀୟ ବିଜେପୁର ଅଞ୍ଚଳର ସାମ୍ବାଦିକ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ଵାଗତ ଜଣାଇଛନ୍ତି l ପୂର୍ବରୁ ବରଗଡ ଜ଼ିଲ୍ଲାପାଳ ଅଫିସ ରେ ଡେପୁଟି କଲେକ୍ଟର ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି l ନୂତନ ତହସିଲଦାର ପାଣିଗ୍ରାହୀ ଙ୍କ ଦାୟିତ୍ଵ ଗ୍ରହଣ ପରେ ଅତିରିକ୍ତ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ ଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।

0
0
0
s2sdefault