ହେଡଲାଇନସ୍:

ପକ୍ଷୀ ଙ୍କ ପାଇଁ ଜଳ ଦାନ କରିଥିବାରୁ ପ୍ରକୃତି ବନ୍ଧୁ ସରୋଜ ମେହେର ଓ ପରିବାର ଙ୍କୁ ଶୁଭେଚ୍ଛା ଜଣେଇଲେ ବାଲାଙ୍ଗୀର ଉପଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା (ଲିପନ ନାଏକ): ଚଳିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ ରେ ନିରୀହ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରାଇ କୁଡାପଡା ନିବାସୀ ସରୋଜ ମେହେର ଅଂଚଳରେ ବେସ ପ୍ରଶଂସା ର ପାତ୍ର ହୋଇଥିବା ବେଳେ ବଲାଙ୍ଗୀର ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ମଧ୍ୟ ଏହିଭଳି ପଦକ୍ଷେପ କୁ ନେଇ ସରୋଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l
ଚଳିତ ବର୍ଷ ଦୀର୍ଘ ଦୁଇମାସ ଧରି ସରୋଜ ନିଜ ପଛପଟ ଜଙ୍ଗଲର ବୃକ୍ଷ ଗୁଡ଼ିକ ରେ ମାଟିପାତ୍ର ରେ ପାଣି ଭରି ଶୋଷଲା ପକ୍ଷୀ ଙ୍କ ପାଇଁ ଜଳ ବ୍ୟବସ୍ଥା କରାଇଥିବା ଖବର ବିଭିନ୍ନ ଗଣମାଧ୍ୟମ ର ଖବରକାଗଜ ଓ ଇଲୋକ୍ଟରେନିକ୍ସ ମଡ଼ିଆ ରେ ପ୍ରକାଶିତ ହୋଇଥିଲା l ଏହା ପରେ ସରୋଜ ଓ ତାଙ୍କ ପରିବାର ଏହିଭଳି ପଦକ୍ଷେପ କୁ ନେଇ ବିଭିନ୍ନ ମହଲ ରୁ ପ୍ରଶଂସା ର ସୁଅ ଛୁଟିଥିବାଥିଲା l ଏହି ଖବରକୁ ବଲାଙ୍ଗୀର ଉପଜିଲ୍ଲାପାଳ ଜାଣିବା ମାତ୍ରେ ହିଁ ସରୋଜ ଙ୍କ ଏହି ଭଳି ପକ୍ଷୀ ପ୍ରେମ ଓ ମହତ କାର୍ଯ୍ୟ ଙ୍କୁ ନେଇ ସେ ଗତକାଲି ସରୋଜ ଓ ତାଙ୍କ ପରିବାର ଙ୍କୁ ଚିଠି ମାଧ୍ୟ୍ୟମରେ ଶୁଭେଚ୍ଛା ଜଣାଇବା ସହ ଆଗକୁ ମଧ୍ୟ୍ୟ ଏହି ଭଳି କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲେ l ଏବଂ ଅନ୍ୟ ଲୋକଙ୍କୁ ମଧ୍ୟ୍ୟ ଏହିପରି କାର୍ଯ୍ୟ କରିବାକୁ ଆଗ୍ରହ କରିଥିଲେ l ଉପଜିଲ୍ଲାପାଳ ଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ପରେ ସରୋଜ ଓ ତାଙ୍କ ପରିବାର ଉପଜିଲ୍ଲାପାଳ ଙ୍କୁ ଧନ୍ୟବାଦ ଜଣାଇବା ସହ ଆମେ ଅଘକୁ ମଧ୍ୟ୍ୟ ସବୁବେଳେ ଏହି ପ୍ରୟାସ ରେ ରହିବୁ ବୋଲି କହିଛନ୍ତି l

0
0
0
s2sdefault