ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପିଏମଶ୍ରୀ ସରକାରୀ ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟରେ ବଜ୍ରପାତ ବେଳେ ସୁରକ୍ଷା ଓ ସତର୍କତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନେ ଅଂଶଗ୍ରହଣ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶଚନ୍ଦ୍ର ସାହୁ ବଜ୍ରପାତରୁ ରକ୍ଷା ପାଇବାର କୈାଶଳ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ । ପରେ ଏକ ସଚେତନତା ଶୋଭାଯାତ୍ରା ବିଦ୍ୟାଳୟରୁ ବାହାରି ରଘୁନାଥ ମନ୍ଦିର ଠାରେ ପହଞ୍ଚିଥିଲା । ସେଠାରୁ ଓଡ଼ଗାଁ ସହରର ବିଭିନ୍ନ ସାହିକୁ ଯାଇ ପ୍ରଚାର ପତ୍ର ବଣ୍ଟନ ସହିତ ଛାତ୍ରୀ ମାନେ ବିଭିନ୍ନ କାନ୍ଥରେ ସୁରକ୍ଷା ସଚେତନତା ପୋଷ୍ଟର ମାରିଥିଲେ । ବୈଦୁତିକ ପ୍ରବାହ ଏବଂ ଧାତବ ପଦାର୍ଥ ମାନଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଏବଂ ବଜ୍ରପାତରୁ କିପରି ଧନ ଜୀବନ ରକ୍ଷା ହୋଇପାରିବ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ପରମାନନ୍ଦ ଦଳାଇ, ପୁଷ୍ପିତା ସାହୁ, ଝରଣା ସାହୁ, ଯଶସ୍ୱନୀ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବରେନ୍ଦ୍ର କୁମାର ନନ୍ଦ ଏବଂ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ରାଜ୍ୟ
ବଜ୍ରପାତ ବେଳେ ସୁରକ୍ଷା ଓ ସତର୍କତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
- Hits: 71