ହେଡଲାଇନସ୍:

୧୧ ବିଶ୍ୱବିଦ୍ୟାଳୟରେ ତୁରନ୍ତ କୁଳପତି ଓ କୁଳସଚିବ ନିଯୁକ୍ତି ନ ଦେଲେ ଛାତ୍ରଆନ୍ଦୋଳନ ହେବ : ମନୋଜ ବିଶ୍ୱାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି-୨୦୨୦କୁ ନେଇ ବିଜେପି ସରକାର ଡେଙ୍ଗୁରାପିଟୁଥିବାବେଳେ ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟଳର ଦୂରାବସ୍ଥା କହିଲେ କଥା କହିଲେ ନ ସରେ ବୋଲି ପ୍ରଦେଶ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି ମନୋଜ ବିଶ୍ୱାଳ ଅଭିଯୋଗ କରିଛନ୍ତି । କୁଳପତିଙ୍କର କାର୍ଯ୍ୟକାଳର ସରିଯିବା ପରେ ତାଙ୍କୁ ଅଧିକ ୬ ମାସ ସେହି ପଦବୀରେ ରଖାଯାଇଥିଲା । ମାତ୍ର ସେ ୬ ମାସ ପୁରିଗଲା ସରକାର ସେହି ସମୟ ମଧ୍ୟରେ ନୂଆ କୁଳପତି ନିଯୁକ୍ତି ପାଇଁ ବ୍ୟବସ୍ଥିତ ପଦକ୍ଷେପ ଗ୍ରହଣ କଲେ ନାହିଁ । ଏବେ ୩ ଦିନ ହେବ ଉତ୍କଳ ବିଶ୍ୱବିଦ୍ୟାଳୟରେ କୁଳପତି ନାହାନ୍ତି । ଏହା ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ଏକ ଅଭାବନୀୟ ଘଟଣା । କୁଳସଚିବ ଭାବେ ଜଣେ ବରିଷ୍ଠ ଓ.ଏସେ ଅଫିସର ରହିବାର ନିୟମ ରହିବା ଦରକାର । ମାତ୍ର ୧ ମାସରୁ ଉର୍ଧ୍ଵ ସମୟ ହେବ ଏହି ପଦବୀ ଖାଲି ପଡ଼ିଛି ଏବଂ ଏହି ପଦବୀରେ ଜଣେ ପ୍ରଫେସର କାର୍ଯ୍ୟ କରୁଛନ୍ତି । ଏହି ସମାନ ଅବସ୍ଥା ଓଡ଼ିଶାରେ ୧୧ ଟି ସରକାରୀ ବିଶ୍ୱବିଦ୍ୟାଳୟରେ ପରିଲକ୍ଷିତ ହୋଇଛି । କେଉଁଠାରେ ବି ସ୍ଥାୟୀ କୁଳପତି ନାହାନ୍ତି ।
ସୁତରାଂ ବିଜେପି ସରକାର ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ବିର୍ପ୍ୟସ୍ତ କରିଦେଇଛନ୍ତି । ଏ ଘଟଣାକୁ ନେଇ ରାଜଭବନ ନୀରବ ରହିଛି । କୁଳସଚିବ ନିଯୁକ୍ତିରେ ପେରି ସମସ୍ତ ଆଇନକୁ ଉଲଘଂନ କରାଯାଇଛି । ସେହିପରି ଭାରପ୍ରାପ୍ତ କୁଳପତି ଦାୟିତ୍ୱ ଦେବାରେ ସମସ୍ତ ନିୟମ ଉଲଘଂନ କରାଯାଇଥିଲା । ଆଦୌ  କୁଳପତି ନଥିବାରୁ ବିଶ୍ୱବିଦ୍ୟାଳୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବିଶ୍ୱବିଦ୍ୟାଳୟର ବିଭିନ୍ନ ପରୀକ୍ଷା ଫଳ ପ୍ରକାଶରେ କୁଳପତିଙ୍କର ଦସ୍ତଖତ ରହିବା କଥା, କୁଳପତି ନଥିବାରୁ ପରୀକ୍ଷା ଫଳ ପ୍ରକାଶ ବିଳମ୍ବ ହେଉଛି । ସାର୍ଟିଫିକେଟ ଦେବା କ୍ଷେତ୍ରରେ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହେଉଛି ।
ଛାତ୍ରଛାତ୍ରୀ ମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କର ଏଭଳି ଉଦାସୀନତାକୁ ସହ୍ୟ କରାଯିବ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଯଦି ସରକାର ତୁରନ୍ତ ପ୍ରକ୍ରିୟା ଅନୁଯାୟୀ ୧୧ ଟି ସରକାରୀ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ଓ କୁଳସଚୀବ ନିଯୁକ୍ତି ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଛାତ୍ର ଆନେ୍ଦାଳନ ହେବ ବୋଲି ଶ୍ରୀ ବିଶ୍ୱାଳ ଏକ ପ୍ରେସ ବିଜ୍ଞପ୍ତି କହିଛନ୍ତି ।

0
0
0
s2sdefault