ହେଡଲାଇନସ୍:

ମନ୍ଦିର ଯିବା ବେଳେ ମହିଳାଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର  ପଞ୍ଚାୟତ କନ୍ଧ ନୂଆସାହି ଗାଁର ଜଣେ ମହିଳାଙ୍କ ଅପମୃତ୍ୟୁ ଅଭିଯୋଗକୁ ନେଇ ଓଡ଼ଗାଁ ପୋଲିସ୍ ୯/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ମୃତ ମହିଳା ଜଣକ ହେଲେ ଅଭି ନାୟକଙ୍କ ସ୍ତ୍ରୀ ସୋରିଷା ନାୟକ(୬୫) ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ନିମନ୍ତେ ପୂଜା ଥାଳି ନେଇ ସୋମବାର ସକାଳ ୧୦ଟା ବେଳେ ସୋରିଷା ଗୌଡପୁଟ ଶିବ ମନ୍ଦିରକୁ ବାହାରିଥିଲେ । ରାସ୍ତାରେ ଝୁଣ୍ଟିବାରୁ ସେ ପଡ଼ିଯାଇଥିଲେ । ମୁଣ୍ଡର ପଛ ପାଖରେ ଗଭୀର ଆଘାତ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେ ଅଧିକ ଗୁରୁତର ହୋଇପଡ଼ିବାରୁ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଥାନାରେ ଅଭିଯୋଗ ପରେ ପୋଲିସ୍ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

0
0
0
s2sdefault