ଓଡ଼ଗାଁ, ୨୫।(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ତରଫରୁ ଚଳିତ ସପ୍ତାହରେ ପଲିଥିନ ବ୍ୟବହାର ଓ ବିକ୍ରି ଉପରେ ଲଗାମ ଲଗାଇବାକୁ ବିଭିନ୍ନ ଦୋକାନ ବଜାର ଉପରେ ଚଢ଼ାଉ କରାଯାଇଥିଲା । ଏପରିସ୍ଥଳେ କେତେକ ଦୋକାନରୁ ବେଆଇନ ଭାବେ ବିକ୍ରି ପାଇଁ ମହଜୁଦ ଥିବା ପ୍ରାୟ ୪ କୁଇଣ୍ଟାଲ ପଲିଥିନ ଗୋଦାମରୁ ଜବତ କରିବା ସହିତ ଫାଇନ ଆଦାୟ କରିଥିଲେ । ହେଲେ ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ରବିବାର ଅପରାହ୍ନରେ ଏନଏସି ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସାହୁ ସ୍ଥାନୀୟ ହନୁମାନ ଛକ ଓ ଅନ୍ୟ କେତେକ ଚା ଦୋକାନରେ ଚଢ଼ାଉ କରି ଚା ପିଇବା ପାଇଁ ବ୍ୟବହାର କରାଯାଉଥିବା ପେପେର କପ ସ୍ୱାସ୍ଥ୍ୟ ପାଇଁ ହାନୀ କାରକ ବୋଲି ବୁଝାଇବା ସହିତ ପେପର କପ ବଦଳରେ ଗ୍ଲାସ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ଏପରିକି ସମ୍ପୃକ୍ତ ଚା ଦୋକାନୀ ତୁରନ୍ତ କାଚ ଗ୍ଲାସ କିଣି ଆଣି ଗ୍ରାହାକଙ୍କୁ ପେପେର କପ ପ୍ରତି ବଦଳରେ କାଚ ଗ୍ଲାସ ଦେଇଥିଲେ । ଏହା କେବଳ ସଚେତନତା ପାଇଁ ଅଭିଯାନ କରାଯାଇଥିବା ବେଳେ ଆଗାମୀ ଦିନରେ ଏଥିରେ ବ୍ୟତିକ୍ରମ ହେଲେ ଫାଇନ ଆଦାୟ କରିବା ସହିତ ମକଦମା କରାଯିବ ବୋଲି ଅଧିକାରୀ ସୂତ୍ରରୁ ଜଣାଯାଇଛି ।
ରାଜ୍ୟ
ଓଡ଼ଗାଁ ଏନଏସି : ପଲିଥିନ ନିଷେଧ ଚଢ଼ାଉ ପରେ ଚା ପେପର କପ ବଦଳରେ ଗ୍ଲାସ ବ୍ୟବହାର ଉପରେ ଗୁରୁତ୍ୱ
- Hits: 199