ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗଣ୍ଠାରେ ଚାଲିଥିବା ପ୍ରସିଦ୍ଧ ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ଶୁକ୍ରବାର ଦିନ ମେଦିରୀ ତରଫରୁ ଏକ ସୁନ୍ଦର ଆକର୍ଷଣୀୟ ପଟୁଆର , ସାଜସଜ୍ଜା ସହିତ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଦିବା ୧୦ ଘଟିକା ସମୟରେ ମେଦିରୀ ସାହି ବାସିନ୍ଦା ଓସହରର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହିତ ଏକ ଶୋଭାଯାତ୍ରାରେ ବାହାରି ମାଁ ଙ୍କ ଅସ୍ଥାୟୀ ପୀଠରେ ନଗର ପରିକ୍ରମା ପାଇଁ
ନିମନ୍ତ୍ରଣ ସକାଶେ ପହଞ୍ଚିଥିଲେ । ସେଠାରେ ମାଁ ଙ୍କୁ ମାଜଣା, ପୂଜାର୍ଚ୍ଚନା ଓ ଆରତୀ କରାଯାଇ ଆଜିର ନଗର ପରିକ୍ରମା ନିର୍ବିଘ୍ନରେ ସମାପନ ଆଶିର୍ବାଦ ଭିକ୍ଷା କରିଥିଲେ ।ପରେ ସଂଧ୍ୟାରେ ଏକ ବିରାଟ ପଟୁଆର, ଆକର୍ଷଣୀୟ ସାଜସଜ୍ଜା ସହିତ ମାଁ ଙ୍କ ନଗର ପରିକ୍ରମା ଆରମ୍ଭ ହୋଇଥିଲା । ଶୋଭାଯାତ୍ରାରେ ପୁଷ୍ପରାଜ୍ ଓ ମାରୀ ବେଶ,ୟୁନିକ୍ ଅଘୋରୀ ଗୃପ୍, ଦଶାବତାର ବେଶ,ଓଡ଼ିଶୀ ନୃତ୍ୟ,ଡିଜେ,ଘଣ୍ଟ ବାଦ୍ୟ,ବଲାଟି ନିଆଁ ଖେଳ ,ବ୍ୟାଣ୍ଡ ପାର୍ଟି ମୋଲୋଡି, କାର୍ଟୁନ୍ ଡ୍ୟାନସ୍
ଓ ଆତସବାଜିରେ ବେଲଗୁଣ୍ଠା ସହର ପ୍ରକମ୍ପିତ ହୋଇଉଠିଥିଲା । ପଟୁଆରର ଆଜି ଦ୍ୱିତୀୟ ଦିବସ ହୋଇଥିବାରୁ ବେଲଗୁଣ୍ଠା ସହର ତଥା ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଉଠିଥିଲା । ମାଁ ବ୍ରାହ୍ମଣ ଦେବୀ ନଗର ପରିକ୍ରମା କରି ଭୋର୍ ସମୟରେ ନିଜ ଅସ୍ଥାୟୀ ପୀଠରେ ବିଜେ କରିଥିଲେ ।ମେଦିରୀ ସାହି ତରଫରୁ ଏହା ମାଁ ଙ୍କ ପ୍ରଥମ ନଗର ପରିକ୍ରମା ଥିବାରୁ ପରମ୍ପରା ମେଦିରୀ ସାହି ବାସିନ୍ଦାଙ୍କ ମନରେ ଅପୁର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା ।ଆଜିର ସମସ୍ତ କାର୍ଯ୍ୟକ୍ରମକୁ ମେଦିରୀ ସାହିର କାଉନସିଲର କାହ୍ନୁ ଚରଣ ସାହୁ, ବିଘ୍ନରାଜ ସାହୁ(ବୁଲୁ), ଜି.ଭଜରାମ୍, ଆର୍.ଶଙ୍କର,ଆର୍.ରଜନୀ,ଜି.ସୁରଜ୍,କେ.ବିଜୟ,କେ.ହିରୋ,ଆର୍.ରାଜା, ଙ୍କ ସମେତ ମେଦିରୀ ସାହି ବାସିନ୍ଦା ପରିଚାଳନା କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବେଲଗୁଣ୍ଠା ଥାନା ତରଫରୁ ପୋଲିସ ମୁତୟନ କରାଯାଇଥିଲା ।
ରାଜ୍ୟ
ମେଦିରୀ ସାହି ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା:ଅଘୋରୀ,ପୁଷ୍ପରାଜ୍ ମୁଖ୍ୟ ଆକର୍ଷଣ ।
- Hits: 585