ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ୱଜିତ ନାୟକ) :– ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ  କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ  ବିଧାୟକ ଖଣ୍ଡପଡ଼ା ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦାନ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ,ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ମାନ୍ୟବର ବାଚସ୍ପତିଙ୍କ ପ୍ରତିନିଧି,ମାନ୍ୟବର ସାଂସଦ,ପୁରୀଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଆଗାମୀ ବର୍ଷାଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଏଜେଣ୍ଡା ଅନୁଯାୟୀ ଆଲୋଚନା କରି କହିଥିଲେ ଯେ, ଆମ ଭାରତରେ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଏକ ନମ୍ବର ଅଛି ଏବଂ ଆମ ରାଜ୍ୟ ଅନ୍ୟ ରାଜ୍ୟଗୁଡ଼ିକୁ ଦିଗଦର୍ଶନ ଦେଉଛି । ଆମ ଜିଲ୍ଲାକୁ ବିପର୍ଯ୍ୟୟ ପରିଚାଳନାରେ ଏକ ନମ୍ବର ଜିଲ୍ଲା କରିବାକୁ ଆମର ସଦାସର୍ବଦା ପ୍ରଚେଷ୍ଟା ରହିବ । ବିପର୍ଯ୍ୟୟ ପୂର୍ବରୁ, ପରେ ଏବଂ ବିପର୍ଯ୍ୟୟ ସମୟରେ କଣ ସବୁ ବ୍ୟବସ୍ଥା କରିବାକୁ ପଡ଼ିବ ସେଥି ପାଇଁ ସବୁ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ହ୍ୱାଟସ୍‌ଆପ୍ ଗ୍ରୁପ୍‌, କଂଟ୍ରୋଲ ରୁମ ଖୋଲିବା, ପାନୀୟ ଜଳ ବିଶୁଦ୍ଧି କରଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା, ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିୟୋଜିତ କରିବା ଇତ୍ୟାଦି ବିଷୟରେ ପରାମର୍ଶ ଦେଇଥିଲେ । ବ୍ଲକ ସ୍ତରରେ ନିର୍ବାଚିତ ଜନ ପ୍ରତିନିଧି, ସମସ୍ତ ବିଭାଗୀୟ ଅଧିକାରୀ,ଲାଇନ ବିଭାଗର ଅଧିକାରୀ ଏବଂ ସେ ଅଂଚଳର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନେଇ ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ବୈଠକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ କଂଟ୍ରୋଲ ରୁମ ସହ ମୋବାଇଲ ସେବାକୁ ସର୍ବଦା ସକ୍ରିୟ ରଖିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା । ଗଣିଆ,ଛାମୁିଆ,ଭାପୁର ଆଦି ଅଂଚଳରେ ପାଓାର ବୋଟ୍ ଏବଂ ଦେଶୀ ଡଙ୍ଗା ଗୁଡ଼ିକୁ ସକ୍ରିୟ ରଖିବା ପାଇଁ ସଂପୃକ୍ତ ବିଡିଓମାନଙ୍କୁ  ନିର୍ଦ୍ଧେଶ ଦେଇଥିଲେ । ବିଭାଗୀୟ ଅଧିକାରୀମାନେ ଯଥା ସି.ଡି.ଏମ.ଓ., ସି.ଡି.ଭି.ଓ. , ଜଲସେଚନ, ବିଦ୍ୟୁତ୍‌, ଦୂରସଂଚାର ,ଯୋଗାଣ , ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ,କୃଷି, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି ବିଭାଗର ଅଧିକାରୀମାନେ ବର୍ଷା,ବନ୍ୟା,ବାତ୍ୟା ବିତ୍ପାତ ଅଂଚଳରେ ପିଡ଼ିତ ଲୋକମାନଙ୍କୁ କିପରି ଉଦ୍ଧାର ଓ ଥଇଥାନ କରିବେ ତାହା ଉପରେ ବିଭାଗୀୟ ପ୍ରସ୍ତୁତି ବୈଠକରେ ପ୍ରକାଶ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଆମ ଜିଲ୍ଲାରେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଆପଦ ମିତ୍ରଙ୍କୁ ତାଲିମ ପ୍ରଦାନ କରାଯାଇଛି ଏବଂ ସେମାନଙ୍କୁ ଆବଶ୍ୟକୀୟ ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଖଣ୍ଡପଡ଼ା କହିଲେ ଯେ,ଖଣ୍ଡପଡ଼ାର ବିଭିନ୍ନ ସ୍ଥାନରେ ଥିବା ବନ୍ଧ ସବୁ ଦୁର୍ବଳ ଅବସ୍ଥାରେ ରହିଥିବାରୁ ବନ୍ୟା ସମୟରେ ନିକଟସ୍ଥ ଗ୍ରାମଗୁଡ଼ିକ ଦୀର୍ଘଦିନ ଧରି ଜଳମଗ୍ନ ହୋଇ ରହୁଛି ଏବଂ ଏହାର ପ୍ରତିକାର ନିମନ୍ତେ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।   ବୈଠକରେ ଉପସ୍ଥିତ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପନାୟକ କହିଲେ ଯେ, ମା ଦକ୍ଷିଣ କାଳି ଆମ ଜିଲ୍ଲାକୁ ଘଂଟ ଘୋଡ଼ାଇ ରଖିଛନ୍ତି, କିନ୍ତୁ ଆମକୁ ସଜାଗ ରହିବାକୁ ପଡ଼ିବ । ଅତୀତରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ୧୯୯୯ ମହାବାତ୍ୟା ଉପରେ ସେ ଆଲୋକପାତ କରିଥିଲେ । ପରେ ପରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କୁ ସ୍ଥାନାନ୍ତରଣ କରିବା ସମୟରେ ସହଯୋଗ କରିବା କଥା କହିଥିଲେ ।    ପରେ ପରେ ବିଭିନ୍ନ ବିଭାଗର ଅଧିକାରୀ ଯଥା- ଜଳସେଚନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ଜନସ୍ୱାସ୍ଥ୍ୟ,ସ୍ୱାସ୍ଥ୍ୟ,ପ୍ରାଣୀ ଚିକିତ୍ସା ବିଭାଗ,  କୃଷି, ଯୋଗାଣ, ବିଦୁତ୍‌, ଦୂରସଂଚାର, ମତ୍ସ୍ୟ, ପୌରପାଳିକା/ବିଜ୍ଞାପିତ ଅଂଚଳ ପରିଷଦ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି,ବନଖ ବିଭାଗ ଏବଂ ପୋଲିସ ବିଭାଗ ସେମାନଙ୍କର ସମସ୍ତ ପ୍ରସ୍ତୁତି ବିଷୟରେ ବୈଠକରେ ପ୍ରକାଶ କରିଥିଲେ । ଆବଶ୍ୟକ ସ୍ଥାନରେ ଚୁଡ଼ା ଗୁଡ଼,ମହମବତୀ, ଦିଆସିଲି, କିରୋସିନ ଆଦି ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିଭଳି ସି.ଡି.ଏମ.ଓ. ଆବଶ୍ୟକୀୟ ଔଷଧପତ୍ର, ଓ.ଆର.ଏସ. ପାଉଡର, ସାପ କାମୁଡ଼ା ଔଷଧ ଆଦି ମହଜୁଦ ରଖିବା ପାଇଁ କହିଥିଲେ । ସି.ଡି.ଭି.ଓ. ପ୍ରାଣୀମାନଙ୍କ ପାଇଁ ଖାଦ୍ୟ ମହଯୁଦ ରଖିବା ପାଇଁ  ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବନ୍ୟା ସମୟରେ ନଦୀବନ୍ଧ ଯେପରି ଭାଙ୍ଗି ନ ଯିବ, ମହାନଦୀ କୂଳରେ ଥିବା ଦୁର୍ବଳ ସ୍ଥାନମାନଙ୍କର ସୁବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

0
0
0
s2sdefault