ହେଡଲାଇନସ୍:

ପାଟିମାଲ ପଡା ଗାଁ ରେ ୮୦ ତମ ବିରାଟ ପର୍ବ ପୁରାଣ ପଠନ ଓ ନାଟକ ଉଦଯାପିତ, ଶେଷ ଦିନ ପଞ୍ଚୁପାଣ୍ଡବ ଙ୍କ ରାଜ୍ୟା ଅଭିଷେକ ମଞ୍ଚସ୍ଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖପ୍ରାଖୋଲ ୭/୫(ହେମସାଗର ସାହୁ):ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ୮୦ ତମ ବିରାଟ ପର୍ବ ପୁରାଣ ପଠନ ଓ ନାଟକ ମହୋତ୍ସବ ମଙ୍ଗଳବାର ରାତିରେ ଉଦଯାପିତ ହୋଇଛି ।ଦିନ ବେଳା ପୁରାଣ ପଠନ ଶେଷ ହୋଇଥିବା ବେଳେ ଶେଷ ରଜନୀରେ ପଞ୍ଚୁପାଣ୍ଡବ ଙ୍କ ରାଜ୍ୟାଭିଷେକ ନାଟକ ମଞ୍ଚସ୍ଥ ହୋଇଥିଲା ।ଅକ୍ଷୟ ତୃତୀୟା ଗାଁ ମଝି ବିରାଟ ମଣ୍ଡପ ନିକଟ ରେ ପୂଜାପାଠ ଅନୁଷ୍ଠିତ ହେବା ସହିତ ପ୍ରତିଦିନ ମହାଭାରତ ର ବିରାଟ ପର୍ବ ଖଣ୍ଡ ପୁରାଣ ପଠନ, ଶ୍ରବଣ ଅନୁଷ୍ଠିତ ହୋଇଥାଏ। ସେହି ପରି ବିରାଟ ମଣ୍ଡପ ସମ୍ମୁଖରେ ମଣ୍ଡପ ମଞ୍ଚରେ ମହାଭାରତ ର ବିଭିନ୍ନ କଥାବସ୍ତୁ ଗାଁର କଲା କାର ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିଲା ୮୦ ବର୍ଷ ଧରି ଏହି ଧାର୍ମିକ,ପୈରାଣିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଆସୁଛି। ଏହି ନାଟକ ଦେଖିବାକୁ ପ୍ରତିଦିନ ଶତାଧିକ ଧାର୍ମିକ ଓ କଲା ପ୍ରେମୀକ ଙ୍କ ଭିଡ଼ ହୋଇଥିଲା। ଚଳିତ ବର୍ଷ ଶେଷ ରଜନୀରେ ଯୁଧିଷ୍ଠିର ଭୂମିକା ରେ କୌତୁକ ବାରିକ,ଦୈପଦି ଭୂମିକା ରେ ସୁନିଲ ବାରିକ, ଭିମ- ଦେବେନ୍ଦ୍ର ବାରିକ ସମେତ ଯାଦବ, ସୁବ୍ରତ, ବିଷ୍ଣୁ, ସାମାଜିକ, ଗୋପାଳ ପ୍ରମୁଖ ବିଭିନ୍ନ ଭୂମିକା ରେ ଅଭିନୟ କରିଥିଲେ।

0
0
0
s2sdefault