ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ "ଆର୍ -ଏକ୍ସ ଫେଷ୍ଟ ୨୦୨୫ " ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଆଇ ଆର ବି ଏନ୍ କମାଣ୍ଡାଣ୍ଟ ଶ୍ରୀଯୁକ୍ତ ବ୍ରଜ ମୋହନ ନାୟକ ଓ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ମହୋଦୟ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ପ୍ରଫେସର ମନରଞ୍ଜନ ସାହୁ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ ।
ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଅକ୍ଷୟ ଦାଶ ନିଜ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଉତ୍ସବ ଅବସରରେ ଶୁଭେଛା ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଫାର୍ମାସି ବିଭାଗର ପ୍ରିନ୍ସିପଲ୍ ଡଃ.କାହ୍ନୁ ଚରଣ ପାଣିଗ୍ରାହୀ , କମ୍ପ୍ୟୁଟର ବିଭାଗର ପ୍ରିନ୍ସିପାଲ ସମରଜିତ କର, ବି.ଏସ.ସି. ନର୍ସିଂ ବିଭାଗର ପ୍ରିନ୍ସିପାଲ ମନୋଜ କୁମାର ସାହୁ,ମାନେଜମେଣ୍ଟ ବିଭାଗର ଏଚ୍.ଓ.ଡି ମାନସ ରଞ୍ଜନ ସାମଲ, ପ୍ରଫେସର ଧବଳେଶ୍ଵର ପଟ୍ଟନାୟକ, ପ୍ରଫେସର ଜଗଦିଶ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ପ୍ରିୟଙ୍କା ପାଢି ଓ ଅର୍ଚ୍ଚନା ପ୍ରିୟଦର୍ଶନି ଚାନ୍ଦ ସଂଯୋଜନା କରିଥିଲେ । ବୈଠକ ଶେଷରେ ଅତିଥି ମାନଙ୍କୁ ଉପଢକନ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ପ୍ରସାସନିକ ଅଧିକାରୀ ପି.ଭି . କୋଟେଶ୍ୱର ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ପରେ ସାଂସ୍କୃତିକ ଉତ୍ସବ ଆରମ୍ଭ ହୋଇଥିଲା ଏଥିରେ ଅନୁଷ୍ଠାନର ଫାର୍ମାସି, ଏମ.ସି.ଏ,ଏମ.ବି.ଏ, ବି.ଏସ.ସି ନର୍ସିଂ, ବି.ସି.ଏ ବିଭାଗର ଛାତ୍ରଛାତ୍ରୀ ରଙ୍ଗାରଙ୍ଗ ନୃତ୍ଯ ଓ ସଙ୍ଗିତ ପରିବେଷଣ କରିଥିଲେ ।
ତାସାଙ୍ଗକୁ ଡିଜେ ମାକ୍ସ ଆସି ଉପସ୍ଥିତ ଥିବା ସମସ୍ତଙ୍କୁ ଝୁମେଇ ଥିଲେ ।
ଏହି କାର୍ଯ୍ୟକ୍ରମକୁ ମହାଲକ୍ଷ୍ମୀ ଦାସ,ଲୋହା ବାଉରୀ ଲକ୍ଷ୍ମୀନାରାୟଣ ସାହୁ,ଶାଶ୍ଵତୀ ବେହେରା,ଚୈତନ୍ୟ ପ୍ରଧାନୀ,ରାଜେଶ ଗଙ୍ଗା, ଏମ୍.ଚନ୍ଦ୍ରସେଖର,ତୃପ୍ତିମୟୀ ବେହେରା, କିଶୋର ଶବର, ରାଜିବ ପଣ୍ଡା, ପ୍ରଫୁଲ୍ଲ ମହାନ୍ତି, ପ୍ରଫୁଲ୍ଲ ପଟ୍ଟନାୟକ,ବିଷ୍ଣୁ ରଥ,ଦେବେନ୍ଦ୍ର ମିଶାଲ,ରବି ଗୌଡ,ଜୁଜା ବିଡିକା,ରିପୁନ ମହାନ୍ତି, ଅଭି ବେହେରା,ରାଜକୁମାର ବିଡିକା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।