ହେଡଲାଇନସ୍:

ଶ୍ରୀ ରଘୁନାଥ ଜିଉଙ୍କ ନୟନବର ଜମିରେ ମୁଠି ଅନୁକୂଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,୩୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ନୟନବର ଜମିରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଠି ଅନୁକୂଳ କାର୍ଯ୍ୟକ୍ରମ ପ୍ରତିବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି। ରଘୁନାଥ କୃଷକ ସଙ୍ଘଙ୍କ ଉଦ୍ୟମରେ ପରିଚାଳିତ କାର୍ଯ୍ୟକ୍ରମରେ ୨ ଗୋଟି ହଳ ଲଙ୍ଗଳ ମାଧ୍ୟମରେ ମୁଠି ଅନୁକୂଳ ହୋଇଥିଲା । ଓଡ଼ଗାଁ, ରାବରା, ଆମ୍ବରାପୁର, ମାନପୁର, ଟାଙ୍ଗିଆସାହି, ଆଖୁପଦର, କଦଳିବନ୍ଧ, ମଠଖଜୁରିଆ ଏବଂ ବାହାଡ଼ାପିଠା ଗ୍ରାମର ବହୁ ଚାଷୀ ଏଥିରେ ଯୋଗ ଦେଇଥିଲେ । ଓଡ଼ଗାଁ ବ୍ଳକ ବିଡ଼ିଓ ଜିତେନ୍ଦ୍ର କୁମାର ନାଏକ, ଏନ୍ଏସି ଅଧିକାରୀ ଦୁଃଶାସନ ସ୍ବାଇଁ ଏବଂ ଅତିରିକ୍ତ ତହସିଲଦାର ପବିତ୍ର ମୋହନ ସେଠୀ ଓ ବିଭୁପ୍ରସାଦ ସାହୁ ପ୍ରମୁଖଙ୍କ ଦ୍ବାରା ଧାନମୁଠୀ ଅନୁକୂଳ ହୋଇଥିଲା । ଅଭି ଖିଲାର, ପ୍ରକାଶ ଦାସ, କୃଷ୍ଣଚନ୍ଦ୍ର ମହାପାତ୍ର ଓ ସୁକାନ୍ତ ସାହୁଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

0
0
0
s2sdefault