ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି -ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ର ପ୍ରଦର୍ଶନ କ୍ଷେତ୍ରରେ କୃଷି ଭିତ୍ତିକ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଛି। କାର୍ଯକ୍ରମ ର ପ୍ରାରମ୍ଭ ରେ କୃଷି ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଡଃ ଭି. ଏସ. ଦେବଦାସ ଙ୍କ ଦ୍ଵାରା ମାତା ଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କରିବା ପରେ ବିହନ ବୁଣିବା କାର୍ଯ୍ୟର ଶୁଭାରମ୍ଭ କରଯାଇଥିଲା। ଏହି ପାବନ ଉତ୍ସବ ଅବସରରେ ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମିଶ୍ର, ପ୍ରଫେସର ଡଃ ସୁଶାନ୍ତ କୁମାର ମହାନ୍ତି, ଡଃ ରିନି ସ୍ୱାଇଁ, ଅଧ୍ୟାପକ ଅଧ୍ୟାପିକା, ବିଭିନ୍ନ ବିଭାଗ ର କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଅକ୍ଷୟ ତୃତୀୟା କୃଷିସହ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷ ଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପର୍ବ। ଆଗାମୀ ମୌସୁମୀ ଋତୁ ରେ ଭଲ ଅମଳ ଆଶା ପୂର୍ବକ କୃଷି ଭାଇ ଓ ଭଉଣୀ ମାନେ ମାତା ଲକ୍ଷ୍ମୀ ଙ୍କୁ ପୂଜାର୍ଚ୍ଚନା କରି ବିହନ ବୁଣିବା କାର୍ଯ୍ୟ ଆରମ୍ଭ କରିଥାନ୍ତି। । ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସଭାପତି ଡଃ ସତ୍ୟପ୍ରକାଶ ପଣ୍ଡା, ଉପସଭାପତି ଡଃ ଚନ୍ଦ୍ରଧ୍ୱଜ ପଣ୍ଡା, ମହାନିର୍ଦ୍ଦେଶକ ଡଃ ଜଗଦୀଶ ପଣ୍ଡା ଏବଂ ରେଜିଷ୍ଟ୍ରାର ଡଃ ଏନ ଭି ଜେ ରାଓ, ସମସ୍ତଙ୍କୁ ସାଧୁବାଦ୍ ଦେବା ସହ, ଆଗାମୀ ଖରିଫ ଋତୁ ରେ ଅଧିକ ରୁ ଅଧିକତମ ଉତ୍ପାଦନ ହେବା ପାଇ ମାତା ଲକ୍ଷ୍ମୀଙ୍କ ପାଖରେ କାମନା କରିଥିଲେ।