ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଣ୍ଡା ଗାଁ ଠାରେ ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ମିଳିତ ସହଯୋଗରେ ବିଶ୍ୱରତ୍ନ ବାବା ସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କର ୧୩୪ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳନ କରାଗଲା l କାର୍ଯ୍ୟକ୍ରମ ଟି ଆମ୍ବେଦକର କ୍ଲବ ର ସଭାପତି ବିଭୁତି ଭୂଷଣ ତାଣ୍ଡି ଙ୍କ ସଭାପତିତ୍ବ ରେ ପରିଚାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କମର୍ଦ୍ଧା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଶୀଳା ନାଏକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ଜିଲ୍ଲା ସଭାପତି ଶ୍ରୀମାନ ଧନଞ୍ଜୟ ଦୀପ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ଗରିଶ୍ଚନ୍ଦ୍ର ବୁଦ୍ଧିଆ, ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ର କୋଷାଧକ୍ଷ ଶ୍ରୀମାନ ବିଜୟ ରାଜ ଶିଖା,ଅଲ ଓଡିଶା ଫେଡେରେସନ ର ସାମାଜିକ ଉପମୁଖ୍ୟ ଶ୍ରୀମାନ ଗିରିଜା ବେହେରା, କାର୍ଯ୍ୟକାରୀ ସଭାପତି ଶ୍ରୀମାନ ତେଜରାଜ ବେହେରା, ନର୍ଲା ଶାଖା ସଭାପତି ଶ୍ରୀମାନ ରଘୁବର ଦୀପ, ଏକ୍ସ ସରପଞ୍ଚ ଶ୍ରୀଯୁକ୍ତ ସର୍ବେଶ୍ୱର ମାଝୀ ପ୍ରମୁଖ ଯୋଗଦେଇଥିଲେ I ସମାଜର ଉନ୍ନତି ପାଇଁ ସମାନତା, ଏକତା ଓ ଭାଇଚାରା ର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ l ସମାଜ ଓ ଦେଶର ଉନ୍ନତିରେ ଜାତିପ୍ରଥା ଏକ ବ୍ୟାଧି ବୋଲି ପ୍ରକାଶ କରିଥିଲେ l ବ୍ରତ, ପୂଜା,ଉପାସନା କୁ ଗୁରୁତ୍ୱ ନ ଦେଇ ଶିକ୍ଷିତ, ସଂଗଠିତ ହୋଇ ସଂଘର୍ଷ କରିବାକୁ ଅତିଥି ମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ଶିକ୍ଷକ କୁନୁ ହିଆଲ, ଭାଗିରଥି ତାଣ୍ଡି, ସତ୍ୟାନନ୍ଦ ବେରୁକ ତଥା ସ୍ୱାସ୍ଥ୍ୟ କର୍ମୀ ସ୍ବର୍ଣ୍ଣକତା ବେନୁଆଙ୍କୁ ସମ୍ମାନିତ କରାଯାଇଥିଲା l ବାବା ସାହେବ ଡ଼. ଭୀମରାଓ ଆମ୍ବେଦକର ଙ୍କ ଉପରେ ଆଧାରିତ ବକ୍ତୃତା, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମ ଟିକୁ ଶିକ୍ଷକ ଓ ସମାଜସେବୀ ବିଭୁତି ଭୂଷଣ ତାଣ୍ଡି ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ ଅର୍ଜୁନ ବେନୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରରେସନ ତରଫରୁ ଡ଼ ଭୀମରାଓ ଆମ୍ବେଦକର ଙ୍କର ୧୪୩ ତମ ଜନ୍ମ ଜୟନ୍ତୀ ପାଳନ
- Hits: 290