ପଦ୍ମପୁର:-ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ୩ ଜଣ ଭାଇ ଭଉଣୀ ଶିକ୍ଷା ବିକାଶ ସମିତି,ଓଡ଼ିଶା ଙ୍କ ଦ୍ଵାରା ଆୟୋଜିତ ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ନବମ ଶ୍ରେଣୀ ର ଭାଇ ସିଦ୍ଧାର୍ଥ ଶେଖର ସାହୁ ଓ ଭଉଣୀ ଦୀପଶିଖା ଗଡ଼ତିଆ ଉଭୟେ ୯ମ ଶ୍ରେଣୀର ପ୍ରାଦେଶିକ ମେଧା ପରୀକ୍ଷାରେ ସାରା ଓଡ଼ିଶାରେ (୧୪୬ ମାର୍କ) ରଖି ଦଶମ ସ୍ଥାନ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଭାଇ ସୌରଭ ଗଡ଼ତିଆ ୩ୟ ଶ୍ରେଣୀର ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସାରା ଓଡ଼ିଶାରେ (୭୮ ମାର୍କ) ରଖି ଅଷ୍ଟମ ସ୍ଥାନ ରେ କୃତିତ୍ତ୍ୱ ହାସଲ କରିଛନ୍ତି । ଏଣୁ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଆଚାର୍ଯ୍ୟ,ସମସ୍ତ ଗୁରୁଜୀ ଗୁରୁମା, ଅଭିଭାବକ ଅଭିଭାବିକା ତଥା ପରିଚାଳନା ସମିତି ପରିବାର ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଛା ସୁଅ ଛୁଟିବା ସହ ସାରା ସହରରେ ପ୍ରଶଂସନୀୟ ହୋଇଅଛି।
ରାଜ୍ୟ
ସାରା ଓଡ଼ିଶାରେ ନାମ ରଖିଲେ ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ଛାତ୍ରୀ।
- Hits: 8