ହେଡଲାଇନସ୍:

ବୁଢ଼ୀବାହାଲ ଗାଁ ରେ ଜଳ ସଙ୍କଟ, ପିଇବା ପାଣି ପାଇଁ କୁଅଁ ପାଣି ଭରସା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖପ୍ରାଖୋଲ ୨୬/୪(ହେମସାଗର ସାହୁ)ସ୍ୱାଧୀନତା ର ସ୍ୱର୍ଣ୍ଣିମ ଅଧ୍ୟାୟ ଚାଲୁଥିବା ର ସରକାର ଦାବି କରୁଥିବା ଵେଳେ ପ୍ରତ୍ୟେକ ନାଗରିକ ଙ୍କ ମୌଳିକ ସମସ୍ୟା ପ୍ରତି ସଚେତନ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି ହେଲେ ତୃଣମୂଳ ସ୍ତରରେ ଲୋକ ଙ୍କ ଅବସ୍ଥା ସାଙ୍ଘାତିକ I ସରକାର ଙ୍କ ବିଭିନ୍ନ ଯୋଜନା ମଧ୍ୟରେ ପ୍ରତ୍ୟେକ ଘର କୁ ପାଣି ଯୋଗାଇ ବାକୁ ବସୁଧା ଯୋଜନା କୋଟି କୋଟି ଟଙ୍କା ବ୍ୟୟ ଅଟକଳ କାର୍ଯ୍ୟକାରୀ ହେଉଛି ହେଲେ ଉପାନ୍ତ ଅଞ୍ଚଳ ରେ ବାଟବଣା ବସୁଧା ଯୋଜନା | ଖାଲି ଟାଙ୍କି ନିର୍ମାଣ ହୋଇଛି | ପାଇପ ବି ବିଛା ହୋଇଛି, ଷ୍ଟାଣ୍ଡ ପୋଷ୍ଟ ବି ଅଛି ହେଲେ ପାଣି ଆସୁନି I ପ୍ରାୟତଃ ଗାଁ ରେ ସମ ଅବସ୍ଥା | ସବୁଠି ଜଳ ଶଙ୍କଟ ର ବିକଳ ଚିତ୍ର ସେହିପରି ବଲାଙ୍ଗୀର ଜିଲ୍ଲା ଉପାନ୍ତ ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଂଚାୟତ ବୁଢ଼ୀବାହାଲ ଗାଁ ରେ ଦେଖା ଦେଇଛି ଜଲସଙ୍କଟ | ଟୋପାଏ ପାଣି ପାଇଁ ବଡ଼ିସକାଳୁ କୁଅଁ ଚାରି ପଟେ ଲମ୍ବା ଲାଇନ I ଗରା ବାଲ୍ଟି ଧରି ଗାଁ ର ମହିଳା ପୁରୁଷ ମାନେ ପାଣି ଆଣିବାକୁ ଯାଉଥିବା ଦେଖିବାକୁ ମିଳୁଛି I ଗାଁ ଟି ସାରା ଲୋକ ଗୋଟିଏ କୁଅଁ ଉପରେ ନିର୍ଭର ଶୀଳ I ପିଇବା ପାଣି ପାଇଁ ଗାଁ ସାରା ଲୋକେ ଡହଳ ବିକଳ I ଗାଁ ରେ ବସୁଧା ଟାଙ୍କି ଥିଲେ ବି କାମ କୁ ନୁହଁ I ଗାଁ ରେ ନଳକୂପ ତିନି ଚାରିଟା ଥିଲେ ବି ପିଇବା ଯୋଗ୍ୟ ନୁହଁ ଏପରି କ୍ଷେତ୍ର ରେ ଲୋକେ ବାଧ୍ୟ ହୋଇ ମୁକୁଳା କୁଅଁ ଉପରେ ନିର୍ଭର ଶୀଳ I ବର୍ତମାନ ଟାଣ ଖରା ରେ ବିଭିନ୍ନ ନଳ କୂପ ତଥା କୂଅ ର ଜଳ ସ୍ତର କମିଯିବା ଫଳ ରେ ବହୁତ କଷ୍ଟରେ ପିଇବା ପାଣି ସଂଗ୍ରହ କରୁଛନ୍ତି ଗାଁ ଲୋକେ I ପଂଚାୟତ ସ୍ତରରେ ଗାଁ କୁ ଟ୍ୟାଙ୍କର ରେ ପିଇବା ପାଣି ଯୋଗାଇ ଦେବା କଥା କିନ୍ତୁ ତାହା ବି ହୋଇ ପାରୁନଥିବାରୁ ନାହିଁ ନଥିବା ର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୁଢ଼ୀବାହାଲ ଗାଁ ଲୋକେ |
ପ୍ରଶାସନ ପକ୍ଷରୁ ବସୁଧା ଯୋଜନା ରେ ଜଳ ଯୋଗାଣ ସହିତ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇବା କୁ ସାଧାରଣ ରେ ଦାବି ହେଉଛି |

0
0
0
s2sdefault