ତିନିଚାରି ଦିନ ହେବ ପାଣି ଯୋଗାଣ ବନ୍ଦ, ଚାଳିଶ ଡିଗ୍ରୀ ଗରମରେ ରୋଗୀ ହନ୍ତସନ୍ତ
ନୂଆପଡ଼ା ଜିଲ୍ଲା ରୁ କଲୀମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ଜନସଂଖ୍ୟା ବୃଦ୍ଧିହେବା ସହ ପଡୋଶୀ ଜିଲ୍ଲା ସହ ନୂଆପଡ଼ା ଜିଲ୍ଲା ଅନ୍ୟ ବ୍ଲକର ଲୋକଙ୍କ ବିଭିନ୍ନ କ୍ଷେତ୍ରରେ ଖଡ଼ିଆଳ ଉପରେ ନିର୍ଭର ବଢିଯାଇଛି । ୩୦ ହଜାର ରୁ ଅଧିକ ଲୋକ ସଂଖ୍ୟା ବିଶିଷ୍ଟ ଏହି ସହର ଉପରେ ସ୍ଥାପିତ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନୂଆପଡ଼ା ଜିଲ୍ଲାର ସିନାପାଲି, ବୋଡେ଼ନ ଓ ଖଡ଼ିଆଳ ବ୍ଲକ ର ଲୋକେ ନିର୍ଭର କରିବା ସହ ପଡୋଶୀ ଜିଲ୍ଲା ବଲାଙ୍ଗୀର ର ବଙ୍ଗୋମୁଣ୍ଡା ବ୍ଲକ ର ଅନେକ ଗ୍ରାମ, କଳାହାଣ୍ଡି ଜିଲ୍ଲାର ଅନେକ ଗ୍ରାମର ଲୋକ ସିଧାସଳଖ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଆସୁଛନ୍ତି । ହେଲେ ସରକାରଙ୍କ ଖଡ଼ିଆଳ ଉପଖଣ୍ଡ ସ୍ଵାସ୍ତ୍ୟ କେନ୍ଦ୍ର ପ୍ରତି ବେମାତୃକ ମନୋଭାବ ଓ ପ୍ରଶାସନିକ ଅବହେଳା ଯୋଗୁଁ ଖଡ଼ିଆଳ ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର ଆଗକୁ ବଢିବା ବଦଳ ରେ ତଳକୁ ତଳ ଖସିବା ଆରମ୍ଭ ହୋଇଛି। ଜଣେ ଅବସରପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଜଣେ ଶିଶୁରୋଗ ବିଶେଷଜ୍ଞ, ନୂଆଁକରି ଯୋଗ ଦେଇଥିବା କିଛି ଜଣ ଅନଭିଜ୍ଞ ଏମ ବି ବି ଏସ ଡାକ୍ତର ଓ ଜଣେ ମେଡ଼ିସିନ ଡାକ୍ତର ଯିଏ କି କିଛି ବର୍ଷ ହେବ ମେଡିକାଲ ଇନଚାର୍ଜ ଦାୟିତ୍ୟରେ ଅଛନ୍ତି ଏସମସ୍ତ ଙ୍କୁ ନେଇ ଖଡ଼ିଆଳ ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବା କରାଯାଉଛି। ଦୈନିକ ଶହ ଶହ ରୋଗୀ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆସୁଥିବା ବେଳେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଅଭାବରୁ ପ୍ରାଥମିକ ଚିକିତ୍ସା କରାଯାଇ ରୋଗୀଙ୍କୁ ଡାକ୍ତର ନୂଆପଡ଼ା ଜିଲ୍ଲା ସ୍ଵାସ୍ତ୍ୟ ଚିକତ୍ସାଳୟକୁ ରେଫର କରିବାପାଇଁ ବାଧ୍ୟ ହେଉଛନ୍ତି ।ଫଳରେ ଅନେକ ରୋଗୀ ଅର୍ଥ ଓ ସମୟ ଅଭାବରୁ ମୃତ୍ୟୁ ମୁଖରେ ପଡ଼ୁଥିବା ବେଳେ ଅନେକ ରୋଗୀ ଘରୋଇ ଡାକ୍ତରଖାନା କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ସେଥିପାଇଁ ରୋଗୀସଂଖ୍ୟା ଓ ରୋଗୀ ସଂଖ୍ୟା କୁ ଦେଖୁ ସରକାର ଆବଶ୍ୟକ ଡାକ୍ତର ନିଯୁକ୍ତି କରିବା ପାଇଁ ଦାବୀ ହେଇଛି । ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଉଥିବା ଅବହେଳା ଓ ପ୍ରବଳ ରୋଗୀ ଭିଡ ସତ୍ତ୍ୱେ କାହିଁକି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯାଉ ନାହିଁ, ବୁଦ୍ଧଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ବାରମ୍ବାର ପ୍ରଶାସନ ତରଫରୁ ଖଡ଼ିଆଳ ଉପଖଣ୍ଡ ସ୍ଵାସ୍ତ୍ୟ କେନ୍ଦ୍ର ପ୍ରତି ହେଉଥିବା ବୈମାତୃକ ମନୋଭାବ ଯୋଗୁଁ ଖଡ଼ିଆଳ ଅଞ୍ଚଳରେ ଅସନ୍ତୋଷ ର ଦାନା ବାନ୍ଧୁଛି ଯାହା ଆଗାମୀ ଦିନରେ ବିସ୍ଫୋରଣ ହୋଇପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ରାଜ୍ୟ ସରକାର ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗ ଗାଇ ଦେବାକୁ ବିଭିନ୍ନ ଯୋଜନ ନାରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ବିଭିନ୍ନ ଯୋଜନା ରେ ଭିତ୍ତିଭୂମିର ବିକାଶ ସହିତ ଡାକ୍ତର, କର୍ମଚାରୀ ନିଯୁକ୍ତି ହେଉଛି କିନ୍ତୁ ସ୍ଥାନୀୟ ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କ ଅବହେଳା ମନୋଭାବ ଯୋଗୁଁ ଖଡ଼ିଆଳ ଉପଖଣ୍ଡ ସ୍ଵାସ୍ତ୍ୟ କେନ୍ଦ୍ରରେ ତାର ଉଲଟା ଦେଖିବାକୁ ମିଳୁଥୁବା ବେଳେ ସ୍ଵାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଖଡ଼ିଆଳ ଉପଖଣ୍ଡ ସ୍ଵାସ୍ତ୍ୟ କେନ୍ଦ୍ରରେ
କେତେବେଳେ ଡାକ୍ତର ଅଭାବ ତ କେତେବେଳେ ପାନୀୟ ଜଳର ଅଭାବ ଦେଖା ଦେଇଛି l ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତରଫରୁ ୫-ଟି ଯୋଜାନରେ ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନା ରୂପାନ୍ତରିତ ହୋଇ ଚକଚକିଆ କୋଠା, ଲାଇଟ, ଚକଚକିଆ ହସ୍ପିଟାଲ ଦେଖାଲେ ଉନ୍ନତ ଚିକିତ୍ସା ହେଉଛି ଭାବିବେ କିନ୍ତୁ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୁରୁତର ରୋଗୀଙ୍କୁ ଆପାତକାଳୀନ ସେବା ବେଳେ ସମ୍ପର୍କୀୟ ନିଜେ ସାଲାଇନ ବୋତଲ ଧରି ଚିକିତ୍ସା ଚାଲିଥିବା ଅଭିଯୋଗ ହୋଇଛି l ଅଭିଯୋଗ ଅନୁସାରେ ଆଜି ଖଡ଼ିଆଳ ଉପଖଣ୍ଡ ସ୍ଵାସ୍ତ୍ୟ କେନ୍ଦ୍ରକୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ସମ୍ପର୍କୀୟ ମାନେ ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନା ଆଣିଥିଲୋ ରୋଗୀଙ୍କୁ ବେଡ଼ରେ ସାଲାଇନ ନ ଲଗାଇ ବାରଣ୍ଡା ସାରା ରୋଗୀଙ୍କୁ କିଛି ରୋଗୀଙ୍କୁ ଷ୍ଟାଣ୍ଡରେ ଓ ଅନ୍ୟ କିଛି ରୋଗୀଙ୍କୁ ଷ୍ଟାଣ୍ଡ ନଥିବାରୁ ସମ୍ପକୀୟ ନିଜେ ଧରିବା ଚିତ୍ର ଦେଖିବାରେ ସାମ୍ନାକୁ ଆସିଛି । ଆଜକୁ ତିନି ଚାରି ଦିନ ହେବ ଖଡ଼ିଆଳ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନନ୍ଦ୍ରରେ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ପଡିଛି l ଯାହା ଫଳରେ ଡାକ୍ତରଖାନା କୁ ଆସୁଥିବା ବିଭିନ୍ନ ରୋଗୀ ଓ ସମ୍ପର୍କୀୟ ମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି l ଡାକ୍ତରଖାନା ର ପ୍ରସୂତି ବିଭାଗ, ଶିଶୁ ବିଭାଗ, ସାଧାରଣ ବିଭାଗ ରେ ଭର୍ତି ହୋଇ ଚିକିସ୍ଥିତ ହେଉଥିବା ରୋଗୀ ପାଣି ପାଇଁ ନାହିଁ ନ ଥୁବାର ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି l ଏପରି କି ଶୌଚ ପାଇଁ ମଧ୍ୟ ପାଣି ନ ଥୁବା ଅତି ଦୁଃଖର ସହ ଗର୍ଭବତୀ ମହିଳା ମାନେ କହିଛନ୍ତି l ନ ଅଛି ପିଇବା ପାଇଁ ପାଣି ନା ଅଛି ଶୌଚ ପାଇଁ ପାଣି ଏଭଳି ସ୍ଥିତି ରେ ଚାଲିଛି ଖଡ଼ିଆଳ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର l ଏହି ପାଣି ସମସ୍ୟା ଶୁଣି ଖଡ଼ିଆଳ ସହର ର ଜଣେ ସମାଜସେବୀ ଆଭାସ ମହମ୍ମଦ ଗୋଟିଏ ଟେଙ୍କର ପାଣି ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନା କୁ ରୋଗୀଙ୍କ ବ୍ୟବହାର ପାଇଁ ଯୋଗାଇ ଦେଇଛନ୍ତି ଏବଂ ଆଗାମୀ ଦିନରେ ଅସୁବିଧା ସମୟରେ ପାଣି ଯୋଗାଇ ଦେବେ ବୋଲି ଗଣ ମାଧ୍ୟମ ସମ୍ମୁଖରେ ସୂଚନା ଦେଇଛନ୍ତି l
ଉପଖଣ୍ଡ ଡାକ୍ତରଖାନାରେ ଏଭଳି ବିକଳ ଚିତ୍ର ଅସନ୍ତୋଷର କାରଣ ହୋଇଛି l ଏହା ସହିତ ଅବହେଳିତ ଅଞ୍ଚଳରେ ସରକାରୀ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଅଭିଯୋଗର ତଦନ୍ତ ପୂର୍ବକ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ସାଧାରଣ ରେ ଦାବି ହେଉଛି। ଏହା ସହିତ ସ୍ଵାସ୍ଥ୍ୟସେବାରେ ସୁଧାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଦାବୀ ହେଉଛି l