ଗୋଆଲଡିହି ରେଲୱେ ସାଇଡିଂରେ ପରିବହନ ବିବାଦ ନେଇ ଗିରଫଦାରୀର ପ୍ରତିବାଦ।
କେନ୍ଦୁଝର,ଦିଲ୍ଲୀପ ସାହୁ-ତା୨୩/୪- ଆଜି କେନ୍ଦୁଝର ସଦର ଥାନା,ରାଇସୁଆଁ ସାମନାରେ ସଦର ବ୍ଲକ ଅନ୍ତର୍ଗତ ଗୋଆଲଡିହି ଗ୍ରାମର ଆଦିବାସୀ ଲୋକେ ଆସି ବିକ୍ଷୋଭ ପ୍ରତିବାଦ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା କି ସଦର ଥାନା ପୋଲିସ ଟାଉନ୍ ଥାନା ପୋଲିସ ସହ ମିଶି ରାତିରେ ସେହି ଗାଁର ନେତୃ ସ୍ଥାନୀୟ ବ୍ୟକ୍ତି ଗୋଆଲଡିହି ରେଲୱେ ସାଇଡିଂ କଲ୍ୟାଣ ପରିଷଦ ସମ୍ପାଦକ ଟୁବୁଲୁ ମାଝୀ,ତାଙ୍କ ସ୍ତ୍ରୀ ଫୁଲମଣି ଓ ସାନଭାଇ ଯୋଗେନ୍ଦ୍ରକୁ ବିଳମ୍ବିତ ରାତିରେ ଘରୁ ଉଠାଇ ନେଇ କୋର୍ଟ ଫରୱାର୍ଡ କରିଛନ୍ତି। ଜଣେ ଆଦିବାସୀ ସାନ୍ତାଳ ପରିବାରର ମହିଳାଙ୍କୁ ପୋଲିସ ରାତି ଅଧରେ ଏପରି ଗିରଫ କରିବାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ସେମାନେ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏହାର ନ୍ୟାୟ କରିବାକୁ ନିବେଦନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ କି ଗୋଆଲଡିହି ରେଲୱେ ସାଇଡିଂରେ ଜେଏସଡବ୍ଲ୍ୟୁ ଷ୍ଟିଲ କମ୍ପାନୀ ପରିବହନ କାର୍ଯ୍ୟ କରେ। ଏହି କମ୍ପାନୀ ଗାଁର ଲୋକଙ୍କୁ ନେଇ କାମ କରିବା କଥା ହେଲେ ଏଠାରେ ଗୋଟେ ଗୋଷ୍ଠୀ କାମ ପାଉଥିବା ବେଳେ ଅନ୍ୟ ଗୋଷ୍ଠୀ କାମ ନପାଇ ହତାଶ ହେଉଛି। ଓଡ଼ିଶା ମାନବାଧିକାର କମିଶନ ସମସ୍ତେ ସମାନ କାମ ପାଇବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରଶାସନ ଓ କମ୍ପାନୀ କେହି ଏହାକୁ କର୍ଣ୍ଣପାତ କରୁନାହାନ୍ତି।
ତେଣୁ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିଲେ ଏହି କାରଣରୁ ବବଲୁ ମାଝୀ ପରିବାରକୁ ପାଟି ଚୁପ୍ କରିବା ଲାଗି ପୋଲିସ ରାତି ଅଧିଆ ଗିରଫଦାରୀ କରି ଲୋକଙ୍କୁ ଭୟଭୀତ କରିବାକୁ ହୀନ ଉଦ୍ୟମ କରିଛି ବୋଲି ସେମାନେ କହିଛନ୍ତି। ଆଜି ଗୋଟେ ଦିନ ଚେତାବନୀ ଦେବାକୁ ସେମାନେ ଆନ୍ଦୋଳନ ସଫଳ ଭାବେ କଲେ ରେଲୱେ ସାଇଡିଂ ପାଖରେ ନିୟମିତ ଏକାଠି ହୋଇ ସଭା କରିବେ ନିଷ୍ପତ୍ତି ନେଇଥିଲେ। ସେମାନେ ଉପଯୁକ୍ତ ସମୟରେ ଠିକଣା ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ଏହି ପ୍ରତିବାଦ ଧାରଣାରେ ଆଦିକନ୍ଦ ମୁଣ୍ଡା,ଲାଲ ମୋହନ ମୁଣ୍ଡା,ଶ୍ୟାମ ଦାସ ମାଝୀ ,ନବଘନ ମାଝୀ, ଶୁକ୍ରୁ ଲାଲ ମାଝୀ,ମକରଧ୍ବଜ ମୁଣ୍ଡା, ବସେନ୍ ମାଝୀ ,ଦେବକୀ ମାଝୀ,କାଞ୍ଚନ ମୁଣ୍ଡା,ଚମ୍ପା ମାଝୀ ଆଦି ଗ୍ରାମବାସୀ ଯୋଗ ଦେଇ ଆଦିବାସୀ ପରିବାରକୁ ମୁକ୍ତି ଲାଗି ଦାବି କରିଥିଲେ।