ହେଡଲାଇନସ୍:

ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ଅର୍ଥାତ୍ ମାସର ତୃତୀୟ ସୋମବାର ଏପ୍ରିଲ୍ ମାସ ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର,ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉର୍ନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା, ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଯୋଗଦାନ କରିଥିଲେ। ଉକ୍ତ ଶିବିରରେ ସମୁଦାୟ ୧୦୯ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ଆଜିର ଏହି ଅଭିଯୋଗ ମଧ୍ୟରେ ବ୍ୟକ୍ତିଗତ ଅଭିଯୋଗ ୧୦୪ ଟି ଥିବାବେଳେ ,ଗ୍ରାମୀୟ ଅଭିଯୋଗ ୫ ଟି ଥିଲା। ଜିଲ୍ଲାପାଳ ତ୍ୱରିତ ୬ ଟି ଅଭିଯୋଗର ଫଇସଲା କରିଥିଲେ। ।ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିରୁ ଜଣଙ୍କୁ ତିରିଶି ହଜାର ଟଙ୍କାହିସାବରେ ଦୁଇ ଜଣଙ୍କୁ ଷାଠିଏ ହଜାର ଟଙ୍କା ଏବଂ ଆଉ ଜଣଙ୍କୁ ପନ୍ଦର ହଜାର ଟଙ୍କା ,ଓ ଅନ୍ୟ ତିନି ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ଚାଳିଶି ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ଆଜିର ଅଭିଯୋଗ ସମୟରେ ,ଅଭିଯୋଗ ଗୁଡିକ ମୁଖ୍ୟତଃ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ଗୋଚର ଜମିକୁ ଚିହ୍ନଟ କରାଯିବା , ଗୋଚାଲାଣକୁ ରୋକିବା,ଖାଉଟି କାର୍ଡ ବାର୍ଦ୍ଧକ୍ୟ ଭତ୍ତା, ଭୂମିହୀନ ଙ୍କ ପାଇଁ ବସୁନ୍ଧରା ଯୋଜନାରେ ଜାଗା ଆବଣ୍ଟନ ଉପରେମୁଖ୍ୟତଃ ଥିଲା। ଏହାସହିତ ଭଞ୍ଜନଗର ଏନ୍.ଏ.ସି ୮ ନମ୍ବର ୱାର୍ଡର ଅନ୍ତର୍ଗତ ଲୋହରାଖଣ୍ଡି ନଦୀ ପାର୍ଶ୍ଵରେ ବେଆଇନ୍ ରାସ୍ତା ନିର୍ମାଣ ଓ ନଦୀ ପାର୍ଶ୍ଵ ଅନ୍ତର୍ଗତ ସମସ୍ତ ସରକାରି ଜମି ଉପରେ ବେଆଇନ୍ ନିର୍ମାଣ ଓ ଜବରଦଖଲ ଉଛେଦ କରିବା ପାଇଁ ପ୍ରଶାସନିକ ସ୍ତରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରେଡ୍ କ୍ରସ୍ ରୋଡ଼ (ଖାଲାସି ସାହି) ବାସିନ୍ଦା "ସଚେତନ ନାଗରିକ ମଞ୍ଚ" ତରଫରୁ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଯେହେତୁ ସରକାରୀ ସମ୍ପତ୍ତି ର ସଦୁପଯୋଗ ନିମନ୍ତେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ କୁ ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ,,ଅତିରିକ୍ତ ଆରକ୍ଷୀ ଅଧୀକ୍ଷିକ ଶ୍ରୀ ରଞ୍ଜନ କୁମାର ଦେ,ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷ ,ବେଲଗୁଣ୍ଠା ତହସିଲଦାର ଶ୍ରୀ କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ତହସିଲଦାର ଶ୍ରୀ ଅବିନାଶ ମହାର,ଭଞ୍ଜନଗର ବି,ଡି,ଓ ଶ୍ରୀ ପୁର୍ଣଚନ୍ଦ୍ର ପାଢ଼ୀ,ପୁର୍ତ୍ତ ବିଭାଗ ଏସ,ଡି,ଓ ଭଞ୍ଜନଗର ଶ୍ରୀ ପ୍ରତାପ ନାୟକ,ଭଞ୍ଜନଗର,ବିଜ୍ଞାପିତ ଅଞ୍ଚଳ ଭଞ୍ଜନଗର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମୁରଲୀ କୃଷ୍ଣ ପଣ୍ଡା ,ଭଂଜନଗର ସହାୟକ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି ,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l

0
0
0
s2sdefault