ବିଜେପୁର :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିଥୁବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ହିତାଧୂକାରୀଙ୍କ ପାଇଁ ବର୍ତ୍ତମାନ ନୂତନ ରାସନ କାର୍ଡ଼ ପ୍ରସ୍ତୁତ କରାଯାଉଛି । ଏହି ପରିପ୍ରେକ୍ଷୀରେ ପରିବାରର ସମସ୍ତ ସଦସ୍ୟଙ୍କ ଇ-ନୂତନ ରାସନ କାର୍ଡ଼ ପ୍ରସ୍ତୁତ ନିମନ୍ତେ କେୱାଇସି ଯାଞ୍ଚ ନିହାତି ଜରୁରୀ ଅଟେ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଏକ ପ୍ରେସ ବିଜ୍ଞପ୍ତିରେ ସୁଚନା ଦେଇଛନ୍ତି। ଏଣୁ ଜିଲ୍ଲାର ସମସ୍ତ ଆବେଦନକାରୀ ନିଜ ବ୍ଲକ କିମ୍ବା ପୌରାଞ୍ଚଳରେ ଥିବା ଯୋଗାଣ ନିରୀକ୍ଷକଙ୍କ ସହ ଯୋଗାଯୋଗ କରି ଯଥାଶୀଘ୍ର ଇ-କେୱାଇସି ଯାଞ୍ଚ କରାଇବାକୁ କୁହାଯାଇଛି।
ରାଜ୍ୟ
ନୂତନ ରାସନ କାର୍ଡ଼ପାଇଁ ଇ-କେୱାଇସି ଯାଞ୍ଚ ଜରୁରୀ
- Hits: 3052