ଡାକ୍ତରଖାନା ୱାର୍ଡ଼ରେ ଚାଲିଛି ବାର୍ଥଡ଼େ ପାଟି, ରୋଗୀ ସେବା....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ରେ ରୁଗୀ ସେବା ବଦଳରେ ଚାଲିଛି ବାର୍ଥଡେ ପାଟି l ରୋଗୀ ସେବା ବଦଳ ରେ ଚାଲିଛି ମୋଜ ମଜଲିସ୍ l ୱାର୍ଡ଼ ରେ ଚାଲିଛି ଜନ୍ମ ଦିନ ପାଟି l ହସ୍ପିଟାଲ ୱାର୍ଡ଼ ରେ ବେଲୁନ୍ ରେ ସୁସଜ୍ଜିତ ହୋଇ, ଜନ୍ମ ଦିନ ଗୀତ ରେ ଚାଲିଛି କେକ୍ କଟା l ଜଣେ ଡିଉଟି ଥିବା ନର୍ସ ଙ୍କ ଜନ୍ମ ଦିନ ୱାର୍ଡ଼ କୁ ସୁସଜ୍ଜିତ କରି କେକ୍ କାଟି ମଜା ମଜଲିସ୍ କରୁଥିବା ବେଳେ ଅନ୍ୟ ପଟେ ରୋଗୀ ସେବା କୁ କିଏବା ପିଚାରେ l ଏଥିରେ ଡ଼ାକ୍ତର ଙ୍କ ସହିତ ହସ୍ପିଟାଲ ର ବିଭନ୍ନ କର୍ମଚାରୀ ସାମିଲ ହୋଇ ବାର୍ଥଡ଼େ ପାଟି କୁ ଧୂମ୍ ଧାମ୍ ର ସହକାରେ ପାଳନ କରିଛନ୍ତି l ତେବେ ହସ୍ପିଟାଲ ରେ ଏପରି କାର୍ଯ୍ୟ କ୍ରମ ହେବା କେତେ ଯୁକ୍ତି ଯୁକ୍ତ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି l ଅନ୍ୟ ପଟେ ହସ୍ପିଟାଲ ଇନଚlର୍ଚ୍ଚ ତାରି ଉପରେ କିଛି ଜାଣି ନାହିଁ ବୋଲି କହିବା ସହ ଜଦୀ ଏଭଲି ପାଟି ହସ୍ପିଟାଲ ପରିସର ରେ ହୋଇଛି ତାହାରି ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l ତେବେ ତାରି ଉପରେ ହସ୍ପିଟାଲ କତୃପକ୍ଷ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାରି ଉପରେ ସମସ୍ତଙ୍କ ନଜର l

0
0
0
s2sdefault