ଜଗତସିଂହପୁର, ତା ୧୯.୦୪.୨୦୨୫;ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାସ୍ତରୀୟ ପୋଷଣ ପଖୱାଡା-୨୦୨୫ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ, ଶ୍ରୀମତୀ ଅର୍ଚ୍ଚନା ସିଂ, ଅଧକ୍ଷା ଜଗତସିଂହପୁର ପୌରପରିଷଦ,, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ, ଡ ପ୍ରମୋଦ କୁମାର ବାରିକ, ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଶ୍ରୀମତୀ ସସ୍ମିତା ରାଉତ ଖାଦ୍ୟ ସୁରକ୍ଷା ଅଧିକାରୀ, ଶ୍ରୀମତୀ ଆରତୀ ଆଚାର୍ଯ୍ୟ, ପ୍ରୋଟେକ୍ସନ ଅଫିସର, ଶ୍ରୀମତୀ ବିଜୟଲକ୍ଷ୍ମୀ ରାଉତ ପ୍ରୋଗ୍ରାମ ଅଫିସର ପ୍ରମୁଖ ମଞ୍ଚସୀନ ଥିଲେ ।ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ ହୋଇ ୨ ବର୍ଷ ପର୍ଯ୍ୟନ୍ତ ପ୍ରଥମ ୧୦୦୦ ଦିନର କିଭଳି ଗୁରୁତ୍ତ୍ଵ ପୂର୍ଣ୍ଣ ଓ ପୃଷ୍ଟିସାର ଖାଦ୍ୟ ଖାଇବା ସହିତ ଏକ ଗର୍ଭବତୀ ମହିଳା କିଭଳି ପରିଷ୍କାର ପରିଚ୍ଛନ୍ନ ରହିବ ସେ ବିଷୟରେ ଅତି ସରଳ ଭାବରେ ଜିଲ୍ଲାପାଳ ବୁଝେଇ ଥିଲେ । ଅତିରିକ୍ତ ଚିକିତ୍ସା ଅଧିକାରୀ ନିଜ ବକ୍ତବ୍ୟରଖି କହିଥିଲେ ଯେ ଏକ ଗର୍ଭବତୀ ମହିଳା ଓଜନ ଉଚ୍ଚତାର ମାପ ପାଖୱାଡା ସମୟରେ ପିଲାମାନଙ୍କ ପାଇଁ ୦-୨ ବର୍ଷ ପର୍ଯ୍ୟନ୍ତ ଏକ ମା ଓ ଶିଶୁ ପାଇଁ କେତେ ଗୁରୁତ୍ତ୍ୱପୂର୍ଣ୍ଣ ସେ ବିଷୟରେ କହିଥିଲେ । ମା ଓ ଶିଶୁ ପାଇଁ ପୁଷ୍ଟିସାର ଖାଦ୍ୟ ଓ ପାନୀୟ ଜଳ କେତେ ଗୁରୁତ୍ତ୍ଵପୂର୍ଣ୍ଣ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ମଧ୍ୟ ସେତେ ଗୁରୁତ୍ତ୍ଵପୂର୍ଣ୍ଣ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ କହିଥିଲେ । ଗର୍ଭବତୀ ମହିଳା ର ଉତ୍ତମ ପରିବେଶ ଓ ପୁରୁଷର ଭୂମିକା ବିଷୟରେ କହିଥିଲେ । ଶ୍ରୀମତୀ କ୍ରିଷ୍ଣା କୁମାରୀ ରାଉତ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଏରସମା କହିଥିଲେ ଯେ poshana traker ରେ କିପରି ଶିଶୁ ମାନଙ୍କୁ ପଞ୍ଜୀକୃତ କରାଯିବ ଓ SAM, MAM ପିଲାମାନଙ୍କୁ କିପରି ଚିହ୍ନଟ କରିବେ ଏବଂ SAM ପିଲାମାନଙ୍କୁ NRCS ପ୍ରାରମ୍ଭିକ ସୁପାରିସ ର ଭୂମିକା ବିଷୟରେ ବୁଝାଇଥିଲେ ଓ ଶ୍ରୀମତୀ ପ୍ରତିଚି ତନୟା ମହାନ୍ତି କହିଥିଲେ ଯେ ମା ସୁସ୍ଥ ରହିଲେ ଶିଶୁ ମଧ୍ୟ ସୁସ୍ଥ ରହିବା ଏବଂ ଏଥିପାଇଁ ଏକ ସୁନ୍ଦର୍ ପରିବେଶର ଆବଶ୍ୟକତା ରହିଛି ।ଶ୍ରୀମତୀ ଆରତୀ ଆଚାର୍ଯ୍ୟ ପ୍ରୋଟେକ୍ସନ ଅଫିସର୍ ସ୍ବାଗତ ଭାଷଣ ଓ ଶ୍ରୀମତୀ ବିଜୟଲକ୍ଷ୍ମୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ଜନ ଆନ୍ଦୋଳନ ଡାସ ବୋର୍ଡ ରେ ପ୍ରତିଦିନ ହିସାବରେ ଶତ ପ୍ରତିଶତ କାର୍ଯ୍ୟକଳାପ ଅପଲୋଡ଼ ହୋଇଥିବାରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ରଘୁନାଥପୁର ବେଷ୍ଟ Cdpo ଓ ସମସ୍ତ ବ୍ଲକ୍ କୋ ଅର୍ଡିନେଟର ପୋଷଣ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ରାଜ୍ୟ
ଜିଲ୍ଲାସ୍ତରୀୟ ପୋଷଣ ପଖୱାଡା-୨୦୨୫ ପାଳିତ
- Hits: 10