ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଏସ ଏଚ ଜି ଭବନ ଠାରେ ଆଜି ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ସଦସ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ମାତ୍ରାରେ ଯୋଗଦାନ୍ କରିଥିଲେ ସଦସ୍ୟ ମାନେ ଯାହାକୁ ନେଇ ବିଶେଷ ଭାବେ ଆଲୋଚନା ମଧ୍ଯ ହୋଇଥିଲା । ଏହି ଶିବିରରେ ଦଳକୁ ମଜବୁଡ କରିବା ସହ ଜନସାଧାରଣ ଙ୍କ ସମସ୍ୟା ବୁଝିବା ଓ ତାର ସମାଧାନ କରିବା ଭଳି ଆଲୋଚନା ହୋଇଥିଲା । ଡ଼ ଅରୂପାନନ୍ଦ ସାହୁ, ବିଜେପୁର ଜ଼ିଲ୍ଲା ପରିଷଦ ସୁଶାନ୍ତ ଗଡ଼ତିଆ, ଗାଇସିଲେଟ ଜ଼ିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ମଣ୍ଡଳ ସଭାପତି ଆନନ୍ଦ ବାରିକ, ଯୋଗୀନ୍ଦ୍ର ପଧାନ,ବିଜେପୁର ମଣ୍ଡଳ ର ସକ୍ରିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l
ରାଜ୍ୟ
ବିଜେପୁର ଠାରେ ଭାରତୀୟ ଜନତା ପାର୍ଟିର ସଦସ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
- Hits: 1524