ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଅନିଲ ପ୍ରଧାନ(61) ନାମାକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଲୁଲୁ ପ୍ରଧାନ (ବେଟିକଲା), ରୁଦ୍ର ପାଢ଼ୀ ଓ ଦେବାଶିଷ ପାଣି ଗୁରୁତର ଆହତ ହୋଇ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଶ୍ଚିତ ହେଉ ଥିବା ପୁଲିସ ସୂତ୍ରରୁ ପ୍ରକାଶ l ସୂଚନା ଅନୁସାରେ ବେଟିକଲା ଗ୍ରାମର ଲୁଲୁ ପ୍ରଧାନ ବାଇକ ଯୋଗେ ବେଟିକଲା ଗ୍ରାମକୁ ଯାଉ ଥିଲେ l ଏହି ସମୟରେ ମୃତ ଅନିଲ ପ୍ରଧାନ ଅନ୍ୟ ଜଣେ ସାଙ୍ଗଙ୍କ ସହ ରାତ୍ରୀ ପାଖାପାଖି 7.30ମି ସମୟରେ ରାସ୍ତା ପାର୍ଶ୍ୱରେ ଚାଲି ଚାଲି ଯାଉଥିଲେ l ଏତିକି ବେଳେ ବାଇକ ଅନିଲ ପ୍ରଧାନଙ୍କୁ ପଛପଟୁ ଧକ୍କା ଦେଇ ଥିଲା l ଘଟଣା ସ୍ଥାଳରେ ଅନିଲ ପ୍ରଧାନ ଗୁରୁତର ଆହତ ହୋଇ ଥିଲେ l ଖବର ପାଇଁ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ଅନିଲ ପ୍ରଧାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଥିଲା l ହେଲେ ଡାକ୍ତର ଅନିଲ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ l ସେହିପରି ଗଞ୍ଜାମ ଜିଲ୍ଲା କୁଲାଡ଼ ଗ୍ରାମର ଦୁଇ ଯୁବକ ରୁଦ୍ର ପାଢ଼ୀ ଓ ଦେବାଶିଷ ପାଣି ଏକ ସ୍କୁଟି ଯୋଗେ ରାଇକିଆରୁ ନିଜ ଗ୍ରାମକୁ ଫେରୁ ଥିବା ସମୟରେ କନବା ଗେରି ସ୍ଥିତ ରାବାନାଜୁ ସ୍କୁଲ ପାଖରେ ଥିବା ହମ୍ପସରେ ସାମନା ପଟୁ ଏକ କାର ଆସିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇ ଥିଲେ l ଖବର ପାଇ ଅସମ୍ବୁଲାନ୍ସ ସେଠାରେ ପହଞ୍ଚି ଦୁଇ ଆହତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା l ଘଟଣା ସ୍ଥଳରେ ଘୁ.ଉଦୟଗିରି ପୁଲିସ ପହଞ୍ଚି ଦୁର୍ଘଟଣାର ସମ୍ପର୍କରେ ତଦନ୍ତ ଚଲାଇ ଥିବା ସୂଚନା ମିଳିଛି l କନବାଗେରି ହମ୍ପସରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି l ବାରମ୍ବାର ଜନସାଧାରଣଙ୍କ ଅଭିଯୋଗ ସତ୍ୱେ ମଧ୍ୟ ଏହାର ପ୍ରତିକାର ନିମନ୍ତେ ପ୍ରଶାସନ କୌଣସି ପଦକ୍ଷେପ ନେଉନ ଥିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି l ତେଣୁ ସରକାର ଧନଜୀବନର ସୁରକ୍ଷା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ସ୍ଥାନୀୟ ବାସିନ୍ଧା ଦାବୀ କରିଛନ୍ତି l
ରାଜ୍ୟ
ଘୁ.ଉଦୟଗିରିରେ 2 ଦୁର୍ଘଟଣା: ଜଣେ ମୃତ, 3 ଆହତ
- Hits: 48