ହେଡଲାଇନସ୍:

କେନ୍ଦୁଟିକିରା ବିଦ୍ୟାଳୟରେ ଚିତ୍ରକଳା କର୍ମଶାଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁଟିକିରା ଠାରେ ତାରିଖ ୧୭/୦୪/୨୦୨୫ ରେ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଥିଲା ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶୁଖା ସୁରେଶ କୁମାର ନାୟକ ଙ୍କର ମାର୍ଗଦର୍ଶନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବାରିକ ସଭାପତିତ୍ୱ କରିଥିଲେ।ଶିଶୁ ମାନ ଙ୍କର ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଚିତ୍ରକର ରିଲୁ ମହାନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।ଚିତ୍ରକଳା ମାଧ୍ୟମରେ ଶିଶୁମାନଙ୍କ ର ସୃଜନୀ ଶକ୍ତିର ବିକଶିତ ହେବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ।ଶିଶୁବାଟୀକା, ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ରେ ଅଧ୍ୟୟନ ରତ ଶିଶୁ ମାନ ଙ୍କୁ ଚିତ୍ର ର ମୌଳିକ ଧାରଣା,ରଙ୍ଗ ବୋଲିବା କୌଶଳ ତୃତୀୟ ରୁ ପଞ୍ଚମ ଶ୍ରେଣୀ ରେ ଅଧ୍ୟୟନ ରତ ଶିଶୁ ମାନ ଙ୍କୁ ପଶୁପକ୍ଷୀ, ସୁନ୍ଦର ଅକ୍ଷରଲିଖନ ଓ ଅକ୍ଷର ରୁ ଚିତ୍ର ଅଙ୍କନ ବିଷୟରେ ବୁଝାଇ ଥିଲେ।ଶିଶୁ ମାନେ ଚିତ୍ର ଅଙ୍କନ କରି ଓ ଉପଯୁକ୍ତ ରଙ୍ଗ ବ୍ୟବହାର କରି ଚିତ୍ର ପ୍ରଦର୍ଶିତ କରିଥିଲେ।ସହକାରୀ ଶିକ୍ଷକ ପ୍ରମୋଦ କୁମାର ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସହକାରୀ ଶିକ୍ଷୟିତ୍ରୀ ମଦନା ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault