ହେଡଲାଇନସ୍:

କେନ୍ଦୁଝର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଂଗ୍ରେସ ଭବନ ସାମ୍ନାରେ ବିକ୍ଷୋଭ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସମାଜସେବୀ ରୋଜାଲିନ ସାହୁ ହତ୍ୟା ଅଭିଯୁକ୍ତଙ୍କ ଉପସ୍ଥିତି ନେଇ ତୀବ୍ର ପ୍ରତିକ୍ରିୟା।  

 କେନ୍ଦୁଝର,ଦିଲ୍ଲୀପ ସାହୁ, ତା୧୮/୪- ଆଜି କେନ୍ଦୁଝର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସଂପୃକ୍ତି ଆରୋପ କରି ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି। ବିଜେପି ଯୁବ କର୍ମୀମାନେ କଂଗ୍ରେସ ବିରୁଦ୍ଧରେ ସ୍ଲୋଗାନ ଦେଇ କେନ୍ଦୁଝର କଂଗ୍ରେସ ଭବନ ସାମ୍ନାରେ ପ୍ରତିବାଦ ସଭା କରି ଉଭୟ ମାତା ପୁତ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ସେମାନେ କଂଗ୍ରେସ ଦଳର ଏହି ମୁଖ୍ୟ ମାନେ କିପରି ନ୍ୟାସନାଲ ହେରାଲ୍ଡ ସମ୍ପତ୍ତି ନେଇ ଯାଇଛନ୍ତି ବର୍ଣ୍ଣନା କରିଥିଲେ। ଏହି ବିକ୍ଷୋଭରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ସବିର ଦାଶ,ମିଡ଼ିଆ ସେଲ ଅଧ୍ୟକ୍ଷ ବ୍ରଜ କିଶୋର ରାୟ,ବରିଷ୍ଠ ବିଜେପି ନେତ୍ରୀ କିରଣ ବାଳା ନାୟକ,ପ୍ରାଣ ବଲ୍ଲଭ ଘଣା,କୁମାର ରାଠୋର ଆଦି ବହୁ କର୍ମୀ ଓ ନେତା ଉପସ୍ଥିତ ଥିଲେ। ତେବେ ବିଜେପି ରାଜ୍ୟ ଉପସଭାପତି ପ୍ରକାଶ ମଲ୍ଲିକ ଉପସ୍ଥିତି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ କି ପ୍ରକାଶ ବିଶିଷ୍ଟ ସମାଜସେବୀ କେନ୍ଦୁଝର ପୁରୁଣା ବଜାରର ଝିଅ ରୋଜାଲିନ ସାହୁକୁ ଘରୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ଅଛି। ତେଣୁ ପୋଲିସ ପ୍ରକାଶ ନାମରେ ନରହତ୍ୟା ୩୦୨/୩୪ ଦଫା ଲାଗିଛି। କିନ୍ତୁ ଘଟଗାଁ ପୋଲିସ ଗୋଟେ ମିଛ ବାଇକ୍ ଆଣି ଥୋଇ ସେଥିରେ ଯିବା ବେଳେ ରୋଜାଲିନ ପଡ଼ିଗଲା ବୋଲି କହୁ ଥିବାରୁ ବିବାଦ ଦେଖା ଦେଇଛି କିନ୍ତୁ ଶେଷରେ ହାଇକୋର୍ଟରେ ମାମଲା ପହଞ୍ଚିବାରୁ ଘଟଗାଁ ପୋଲିସ ପ୍ରକାଶ ମଲ୍ଲିକର ଧଳା ସ୍କର୍ପିଓ ଜବତ କରିଛି ବୋଲି ଲେଖି ଦେଇଛି। କିନ୍ତୁ ସେହି ଗାଡ଼ି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବାର ଫଟୋ ଦେଖା ଯାଇଛି। ଜଣେ ଝିଅକୁ ହତ୍ୟା କରି ପୋଲିସକୁ ହାତ କରି ଏଯାଏ ପ୍ରକାଶ ଗିରଫ ହୋଇନି ହେଲେ ୩୦୨/୩୪ ଦଫା ଏଯାଏ ଛାଡ଼ିନି ଘଟଗାଁ ଥାନା ପୋଲିସ ମଧ୍ୟ ରୋଜାଲିନ ହତ୍ୟାର ୨ ବର୍ଷ ବିତିଥିଲେ ହେଁ ଚାର୍ଜସିଟ୍ ଦେଇପାରିନି ବୋଲି କୋର୍ଟ ଭୀଷଣ ବିରକ୍ତ ହୋଇଛନ୍ତି। ଆଇନ୍ ଆଗରେ ଜଣେ ନାରୀ ହତ୍ୟା ଆରୋପି କିପରି ବୁଲି ବୁଲି ରାଜନୀତି କରୁଛି ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ସହ ଫଟୋ ଉଠାଉଛି ବିଜେପି କିପରି ମାଆକୁ ସମ୍ମାନ ଦେଉଛି ବୋଲି ରୋଜାଲିନ ସାହୁଙ୍କ ମାଆ ରେବତୀ ସାହୁ ଅଭିଯୋଗ କରିଛନ୍ତି। ସରକାରୀ ଦଳ ଓ କଳ ଏବଂ ନେତାଙ୍କ ସହ ଫଟୋ ଉଠାଇ ପ୍ରକାଶ ହତ୍ୟା ଆରୋପକୁ ଉଡ଼େଇ ଦେବାକୁ ବସିଛି ପୋଲିସକୁ ଭୟଭୀତ କରୁଛି ବୋଲି ସେ ମଧ୍ୟ ଅଭିଯୋଗ କରିଛନ୍ତି। ଆଜି ବିକ୍ଷୋଭର ନେତୃତ୍ବ ନେଇ ଥିବାରୁ ରେବତୀ ସାହୁ କ୍ଷୋଭ ପ୍ରକାଶ କରିଛନ୍ତି କହିଛନ୍ତି ଯେମିତି ହେଲେ ଝିଅର ହତ୍ୟାକାରୀକୁ ଫାଶୀ ଦେବେ କେହି ରକ୍ଷା କରି ପାରିବେ ନାହିଁ। ମୋହନ ଚରଣ ମାଝୀ କିପରି ଗ୍ରିଭାନ୍ସରେ ମୋ ଠାରୁ ଅଭିଯୋଗ ପତ୍ର ନେଇ ଡିଜିଙ୍କୁ ପଠାଇ ଚୁପ୍ ବସିଛନ୍ତି ତାହାର ନିନ୍ଦା କରି ମିଥ୍ୟା ପ୍ରହସନ ବନ୍ଦ କରିବାକୁ କହିଛନ୍ତି।

0
0
0
s2sdefault