ହେଡଲାଇନସ୍:

ଗୁଡ଼ଭେଲା ପି.ଏମ.ଶ୍ରୀ. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କପସିଲା ଠାରେ ବାର୍ଷିକ ଉତ୍ସବ ୨୦୨୪-୨୫

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଡ଼ଭେଲା: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଳକ୍ ଅନ୍ତର୍ଗତ ପି.ଏମ.ଶ୍ରୀ. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କପସିଲା ଠାରେ ବାର୍ଷିକ ଉତ୍ସବ ୨୦୨୪-୨୫  ଅନୁଷ୍ଠିତ ହୋଇଯାଇଛି। ଗୁଡ଼ଭେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଣୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ କୁମ୍ଭାର, ସମ୍ମାନୀତ ଅତିଥି ଭାବରେ ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ, ୧୦ ନମ୍ବର ୱାର୍ଡ କାଉନସିଲର ବବିତା ସାହୁ , ଅବସରପ୍ରାପ୍ତ ଅଧ୍ୟକ୍ଷ, ଆଞ୍ଚଳିକ ମହାବିଦ୍ୟାଳୟ ଋଷୁଡା ର ପ୍ରଦୀପ କୁମାର ସାହୁ  ଓ ବିଶିଷ୍ଟ ସମ୍ମାନୀତ ଅତିଥି ଭାବରେ ଆସିଷ୍ଟାଣ୍ଟ କମିଶନର, ଜିଏସଟି ବରଗଡ ର ଖଗେଶ୍ବର ରଣା ଯୋଗଦେଇ ମଞ୍ଚାସୀନ ଥିଲେ । ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସଙ୍ଗେ ସଙ୍ଗେ କ୍ରୀଡ଼ା ସଂସ୍କୃତି ପ୍ରତି ସଚେତନ ରହିବା ଜରୁରୀ ବୋଲି ଅତିଥିଙ୍କ ବକ୍ତବ୍ୟ ରହିଥିଲା। ଏହି ବିଦ୍ୟାଳୟ ଏ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେଥିପାଇଁ ସମସ୍ତ ଅତିଥି ଗଣ ପ୍ରଧାନଶିକ୍ଷକ ଙ୍କୁ ଧନ୍ୟବାଦ  ଜଣାଇଥିଲେ । ଏହି ବିଦ୍ୟାଳୟରେ ପଢ଼ିଥିବା ପୁରାତନ ଛାତ୍ର ଓଡ଼ିଶା ପ୍ରାଶାସନିକ ଅଧିକାରୀ ଶ୍ରୀମାନ ଖଗେଶ୍ବର ରଣାଙ୍କୁ ଅତିଥି ଗଣ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ବିଦ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ହେମକାନ୍ତି ରଣା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୁଡଭେଲାର ରମେଶ ଚନ୍ଦ୍ର ସାମର୍ଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୁଡଭେଲାର ସୁରେନ୍ଦ୍ର ସୁନା , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୁଡଭେଲାର ବିପିନ ବାଗ ,ଗ୍ରାମ୍ୟ କମିଟି ସଦସ୍ୟ ନବ ସାହୁ , ଅବସରପ୍ରାପ୍ତ ଶିକ୍ଷକ ରଞ୍ଜିତ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତ ରଞ୍ଜନ ଭୋଇ, ସହକାରୀ ଶିକ୍ଷକ ପୁରନ ମେହେର ଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନ୍ମଥ ରାଜହଂସ ବାର୍ଷିକ ବିବରଣୀ ପଠନ କରିଥିଲେ । ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଜଗମୋହନ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶକୁନ୍ତଳା ମେହେର ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ଭାରତୀ ମହାପାତ୍ର, ସନ୍ଧ୍ୟାରାଣି ପ୍ରଧାନ, ସହକାରୀ ଶିକ୍ଷକ ତହସିଲ ଭୋଇ, ମୌସମ ମେହେର, ସ୍ନେହାଶିସ ତ୍ରିପାଠୀ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରୀ ଶ୍ରାବଣୀ ରଣା ଓ ବର୍ଷା କୁମ୍ଭୀରଙ୍କ ଉପସ୍ଥାପନା ରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୁଷୁରା ର ବିଶିଷ୍ଟ କଳାକାର ବଡ଼ ସାନ ଘୁଡୁକା ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଏହି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ଗଣ ମଧ୍ୟ ଉପସ୍ଥିତ ରହିଥିଲେ । କପସିଲା ଗ୍ରାମର ଗ୍ରାମବାସୀ ଗଣ ବିପୁଳ ସଂଖ୍ୟାରେ ଯୋଗଦାନ୍ କରି କାର୍ଯକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ ।

0
0
0
s2sdefault