ହେଡଲାଇନସ୍:

ଭଞ୍ଜନଗର ରେ ଭାରତିୟ ଜନତା ପାର୍ଟିର ସକ୍ରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପାର ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆଜି ଗୁରୁବାର ୧୭ ଏପ୍ରିଲ୍ ୨୦୨୫ ତାରିଖ ରେ ଭଞ୍ଜନଗର ଜଳସମ୍ପଦ ବିଭାଗର ଡାଖ ବଂଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ର ଅଧ୍ଯକ୍ଷତା କରି ଦଳର ନୀତି, ଆଦର୍ଶ ଓ ଶୃଙ୍ଖଳା ସମ୍ପର୍କରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସମସ୍ତ ମଣ୍ଡଳ ସଭାପତି, ବୁଥ୍ ସଭାପତି ଙ୍କୁ କହିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଜନହିତକର ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳୀୟ କର୍ମକର୍ତ୍ତାମାନଙ୍କୁ ଆହ୍ବାନ କରିଥିଲେ।

ସେ କହିଥିଲେ ୨୦୧୯ ନିର୍ବାଚନ ମୁଁ ହାରିବା ପରେ ମଧ୍ୟ ସଂଗଠନ ବଳିଷ୍ଠ ଭାବେ ବଜାୟ ରଖୁବା ଯୋଗୁଁ ୨୦୨୪ ରେ ବିଧାୟକ ହୋଇପାରିଛି। ତୁମ ମାନକ ଅକ୍ଲାନ୍ତ ପରିଶ୍ରମର ଋଣକୁ ଆଜି ମୁଁ ପରିଶୋଧ କରିବାକୁ ଯାଉଛି। ସେଥୂପାଇଁ ଗ୍ରାମଠାରୁ ସହରର ବିକାଶ କରାଯିବ। ଏଥିପାଇଁ ଆମେ ସମସ୍ତେ ଗର୍ବ,ଅହଙ୍କାର ଛାଡ଼ି ଦଳକୁ ଆଗକୁ ନେବା ଓ ଲୋକଙ୍କ ସେବକ ହୁଅନ୍ତୁ ଓ ହେବା । ଗର୍ବ ଅହଙ୍କାର ରେ କିଛି ନାହିଁ । ତେଣୁ ସମସ୍ତେ ମିଳିମିଶି ଦଳକୁ ଆଗକୁ ନେବାକୁ ବିଧାୟକ ନାୟକ ଉପସ୍ଥିତ ସଂଗଠକଙ୍କୁ ଆହ୍ବାନ କରିଥିଲେ ।ଭାଜପାର ମୂଳ ଲକ୍ଷ୍ୟ ହେଲା ଦେଶର ସୁରକ୍ଷା। କିନ୍ତୁ କଂଗ୍ରେସ ସର୍ବଦା ହିନ୍ଦୁ ମୁସଲମାନ ମଧ୍ୟରେ ଲଢେଇ ଲଗାଇବା ପାଇଁ ଚେଷ୍ଟା କରି ଆସିଛି। ଭାଜପା ନାରୀଙ୍କୁ ଅଧୂକ ସମ୍ମାନ ଦେଉଛି। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ହେବ। ତେଣୁ ବର୍ତ୍ତମାନ ଠାରୁ ସଂଗଠନକୁ ଆଗକୁ ନେବାକୁ ହେବ ବୋଲି ବିଧାୟକ ନାୟକ କହିଥିଲେ। ୨୦୧୯ରେ କିଛି କୁଚକ୍ରି ଗୋଷ୍ଠୀଙ୍କ ପାଇଁ ମୁଁ ପରାସ୍ତ ହୋଇଥିଲି । ମୁଁ ନିର୍ବାଚିତ ହେବାପରେ ଆଜି ଉକ୍ତ କୁଚକ୍ରୀ ଗୋଷ୍ଠୀଙ୍କୁ ଲୋକେ ପ୍ରତ୍ୟାଖାନ କରିଦେଇଛନ୍ତି। ବିଜେଡି ବର୍ତ୍ତମାନ ରାଜ୍ୟରେ ୮ ଫାଳ ହୋଇଗଲାଣି। ୩୦ ବିଜେଡି ବିଧାୟକ ଏବଂ କଂଗ୍ରେସର ୮ ଜଣ ବିଧାୟକ ଭାଜପାରେ ମିଶିବେ। ଏଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି ପ୍ରଦ୍ୟୁମ୍ନ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଚାଷୀ, ଗରିବ ମାନଙ୍କ ଆର୍ଥକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି। ବିଜେଡି ଗଛର ଚେରକୁ ଆମର ମହାମାନ୍ୟ ପ୍ରିୟ ନେତା ଜସସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଟି ଦେଇଛନ୍ତି। ତେଣୁ ବିଜେଡି ଆଉ ତିଷ୍ଠିବ ନାହିଁ ବୋଲି ପ୍ରଦ୍ୟୁମ୍ନ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ନେତା ମାନସ ଜେନା, ଲକ୍ଷ୍ମୀ ବିଷୋୟୀ, ସନ୍ତୋଷ ପାଳ, ଜଗନ୍ନାଥପ୍ରସାଦ ବ୍ଲକ ଏମ ପି ପ୍ରତିନିଧୂ ମହେନ୍ଦ୍ର ପଣ୍ଡା, ସକ୍ରିୟ କର୍ମକର୍ତ୍ତା ସଭାନେତ୍ରୀ ଭୋଳି ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖୁଥିଲେ। ବ୍ଳକ ଏମ୍ ପି ପ୍ରତିନିଧି ରବିନ୍ଦ୍ର ଗୌଡ ସଭାକୁ ସଂଯୋଜନା କରିଥିଲେ। ପୂର୍ବତନ ମଣ୍ଡଳ ସଭାପତି ଧୋବା ଗୌଡ କହିଥିଲେ, ବିଜେଡି ଶାସନ ସମୟରେ ଭଞ୍ଜନଗର ର୍ନିବାଚନ ମଣ୍ଡଳୀର ଦୁଇ ବ୍ଲକ, ଜଳସମ୍ପଦ, କ୍ଷୁଦ୍ର ଜଳସେଚନ, ପୂର୍ବ, ଗ୍ରାମ୍ୟ ଉନ୍ନୟନ ବିଭାଗ ରେ ବ୍ୟାପକ ଦୁର୍ନୀତି ହେଉଥିଲା । ବିନା କାମରେ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ତେଣୁ କିଛି ଅଧୂକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଆଗକୁ ଆହୁରି କେତେକ ଙ୍କ ଚିଠା ଅଛି। ଆଉ କିଛି ଅଧୂକାରୀ ଆଗାମୀ ଦିନରେ ଭିଜିଲାନ୍ସ ଦ୍ବାରା ବନ୍ଧା ହେବେ ବୋଲି ଧୋବା କହିଥିଲେ । ଜିଲ୍ଲା ପରିଷଦ ଏମ ପି ପ୍ରତିନିଧୂ ଶିବ ଶଙ୍କର ପ୍ରଧାନ କହିଥିଲେ ଯେ ଆମ ନିର୍ବାଚନ ମଣ୍ଡଳୀରେ ଆମର ଜଣେ ମାତ୍ର ନେତା। ସେ ହେଉଛନ୍ତି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ। ତେଣୁ ଆମେ ଆତ୍ମଘୋଷିତ ନେତା ନ ହୋଇ ଶୃଙ୍ଖଳିତ କର୍ମୀ ଭାବେ କାମ କରିବାକୁ ଆହ୍ବାନ କରିଥିଲେ। ତାହା ହେଲେ ଯାଇ ଦଳ ଆଗକୁ ବଢ଼ିପାରିବ। ଗ୍ରାମରେ ବିକାଶ ଚିନ୍ତା କରିବା ବେଳେ ବ୍ୟକ୍ତିଗତ ସ୍ବାର୍ଥ ଛାଡ଼ି ସାମୂହିକ ଚିନ୍ତା କରିବା ଆବଶ୍ୟକ ବୋଲି ଶିବ କହିଥିଲେ। ସମିତିସଭ୍ୟ ଲକ୍ଷ୍ମୀ ବିଷୋୟୀ କହିଥିଲେ, ଆମେ ନିଜ ନିଜ ଭିତରେ ଲଢ଼େଇ ନ କରି ବିରୋଧୀଙ୍କ ସହ ଲଢ଼ିବାକୁ ହେବ। ସମିତିସଭ୍ୟ ନିଲାଞ୍ଚଳ ଖୋଲାର କହିଥିଲେ ଗାଁ ସଂଗଠନ ବଢ଼ିଲେ ଦଳ ଆଗକୁ ବଢ଼ିବ। ବିଗତ ୨୫ ବର୍ଷରେ ଯେଉଁ ସଫଳତା ହୋଇନାହିଁ ଆମେ ତାହାକୁ ଏକ ବର୍ଷରେ ପୂରଣ କରିଦେବୁ। ରାଜ୍ୟ ପରିଷଦ ସଭ୍ୟ ବିଷ୍ଣୁ ପ୍ରସାଦ ପ୍ରଧାନ କହିଥିଲେ ଗରିବ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତ କୁ ଫେରାଇ ଆଣିବା ହେଉଛି ଭାଜପାର ମୂଳ ଲକ୍ଷ୍ୟ । କେନ୍ଦ୍ରର ବିଗତ ୧୧ ବର୍ଷ ଭାଜପା ଶାସନ ସରକାର ଏତେ ସଫଳତା ଲାଭ କରିଛନ୍ତି ଯେ ଏଠି ଚାଇନା ଓ ପାକିସ୍ତାନ ଲୋକେ ଆସି ବସବାସ କରିବାକୁ ପସନ୍ଦ କରୁଛନ୍ତି।

ର୍ନିବାଚନମଣ୍ଡଳୀ, ଦଳ, କର୍ମକର୍ତ୍ତା ଆଗକୁ କିଭଳି ବଢ଼ିବେ ସେଥୂପାଇଁ ବିଧାୟକ ଦୈନିକ ୧୮ ଘଣ୍ଟା ପରିଶ୍ରମ କରୁଛନ୍ତି। ଯୁବ ନେତା ସମୀର ନାୟକ ଦଳ ଆଗକୁ କିଭଳି ବଢିବ ସେନେଇ କହିଥିଲେ। ଏମପି ପ୍ରତିନିଧୂ ସନ୍ତୋଷ ତିଆଡି କହିଥ୍‌ଲେ ୪ଟି ଦିଗକୁ ଦେଖ୍ ଆଜିର ଏହି ବୈଠକ ହେଉଛି। ଭାଜପା ନଗର ଯୁବ ସଭାପତି ଶିବଶଙ୍କର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

0
0
0
s2sdefault