୨୫ ବର୍ଷ ଜେଲରେ ରହିବା ପରେ ଭଲ କାମ କରି ମୁକୁଳିଲେ।
କେନ୍ଦୁଝର,ତା୧୬/୪- ପୁଣି ଆଜି କେନ୍ଦୁଝରରେ ଅଷ୍ଟ୍ରେଲୀୟ ଖ୍ରୀଷ୍ଟ ଧର୍ମ ପ୍ରଚାରକ ଗ୍ରାହାମ ଷ୍ଟେନ୍ ହତ୍ୟାକାଣ୍ଡ କଥା ଆଲୋଚନା ହୋଇଛି। କାରଣ ଥିଲା ଷ୍ଟେନ୍ ଏବଂ ତାଙ୍କ ଦୁଇ ନାବାଳକ ପୁତ୍ରକୁ କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ ରାତିରେ ପୋଡ଼ି ମାରିଥିବା ମାମଲାରେ ଦାରା ସିଂହଙ୍କ ସହ ନାବାଳକ ମହେନ୍ଦ୍ର ହେମ୍ବ୍ରମ ଦୋଷୀ ସାବ୍ୟସ୍ତ ହୋଇ କେନ୍ଦୁଝର କାରାଗାରରେ ଦୀର୍ଘ ୨୫ ବର୍ଷ ଧରି କାରାଦଣ୍ଡ ଭୋଗି ଆସୁଥିଲେ | ସେ ଆଜି ମୁକ୍ତ ହେଲେ। ନିଜ କର୍ମ ଲାଗି ଅନୁତାପ କରି କ୍ଷମା ପ୍ରାର୍ଥନା କଲା ପରେ କାରାଗାରରେ ଭଲ କାମ କରି ଥିବାରୁ ତାଙ୍କୁ ମୁକ୍ତି ମିଳିଛି ବୋଲି ଜଣା ଯାଇଛି। ତେବେ କିଛି ବାଟ ନଥିବାରୁ ନିଜ ଯୌବନ ଜେଲର କାଳ କୋଠିରେ ବିତାଇ ଥିବାରୁ ମହେନ୍ଦ୍ର ସରକାରଙ୍କୁ କ୍ଷମା ପ୍ରାର୍ଥନା ଦରଖାସ୍ତ ଦେଇଥିଲେ। ତେବେ ସେତେ ବେଳର ଘଟଣାବଳୀ ଦେଖିଲେ ଆଦିବାସୀ ଅଞ୍ଚଳରେ ରାତିରେ ଗାଡ଼ିରେ ଥିବା କୁଟାରେ ବ୍ୟାଟେରୀ ତାର ସ୍ପାର୍କ ହୋଇ ନିଆଁ ଲାଗି ଯିବାରୁ ଗ୍ରାହାମ ଷ୍ଟେନ୍ ଓ ତାଙ୍କ ପୁଅ ମାନେ ଜଳି ଯାଇଥିଲେ ବୋଲି ଆଲୋଚନା ହୋଇଥିଲା। ତେବେ କୋର୍ଟ ଦାରା ସିଂହ ଏକ ଦଳର ନେତୃତ୍ବ ନେଇ ଷ୍ଟେନଙ୍କୁ ବିରୋଧ କରୁଥିବାରୁ ଏହି ହତ୍ୟାକାଣ୍ଡ ହୋଇଥିଲା ବୋଲି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ଦଣ୍ଡ ଦେଇଥିଲେ। ସେହି ଦିନରୁ ନାବାଳକ ଥିବା ମାତ୍ର ୧୪ ବର୍ଷ ବୟସରୁ ମହେନ୍ଦ୍ର ହେମ୍ବ୍ରମ ଜେଲରେ ରହି ଆସୁଥିଲେ।
ତେବେ ଏବେ ଜେଲରୁ ମୁକ୍ତ ହେବାପରେ କିଛି ଲୋକ ତାଙ୍କୁ ହିନ୍ଦୁତ୍ବ ଜୟ ହେଲା କହି ଭେଟି ଥିଲେ ହେଲେ ସେମାନେ ହତ୍ୟା ଆରୋପ କିପରି ସବୁ ଦିନ ଯାଏ ଯିବ କେଶ୍ ପୁଣି ରିଭ୍ୟୁ ହେବା ଚିନ୍ତା କରି ନଥିଲେ। ଅତୀତରେ ନବୀନ ସରକାର ମଧ୍ୟ ଦାରା ସିଂହଙ୍କୁ ଛାଡ଼ିବାକୁ ସେ ସମୟର ଗ୍ରାହାମ ଷ୍ଟେନଙ୍କ ଗାଡ଼ି ପୋଡ଼ା ଫଟୋ ଖୋଜି ନେଇଥିଲେ। ହେଲେ କୌଣସି କାରଣରୁ ଖଲାସ କରିବା ରଦ୍ଦ କରିଦେଇଥିଲେ। ତେବେ ଏବେ ମହେନ୍ଦ୍ରଙ୍କ ଖଲାସ ହେବା ପରେ ଦାରା ସିଂହ ମୁକ୍ତି ପାଇବେ ବୋଲି ଆଶା ପ୍ରକାଶ ପାଇଛି | କିନ୍ତୁ ହତ୍ୟାକାଣ୍ଡ ଆରୋପ ତାଙ୍କ ଉପରେ ପୁଣି ସମର୍ଥକ ମାନେ ଯୋଡ଼ି ଦେଉଥିବାରୁ ଖଲାସ ପ୍ରକ୍ରିୟା ଡେରି ହେଉଛି।