ହେଡଲାଇନସ୍:

ନିଜ ଜୀବନ କୁ ବାଜି ଲଗାଇ ୮ ବର୍ଷର ଶିଶୁ କୁ ମହୁମାଛି ଆକ୍ରମଣ ରୁ ରକ୍ଷା କଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହୁମାଛି ଆକ୍ରମଣ ରେ ୪ ଗୁରୁତର, ଯୁବ ସାମ୍ବାଦିକ ଙ୍କ ମହାନୀୟତା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୫/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମା ଠାକୁରାଣୀ ଙ୍କ କଳସ ଯାତ୍ରା ଅବସରରେ ଭୈରବ ମନ୍ଦିର ସମ୍ମୁଖରେ ମୀନା ବଜାର ଯାତ୍ରା ଜାରି ରହିଛି। ଆଜି ମୀନା ବଜାର ବୁଲି ଦେଖିବାକୁ ଯାଇଥିବା ବେଳେ ହଠାତ୍ ମହୁମାଛି ଆକ୍ରମଣରେ ଡାବୁଗାଁ ର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଗୋଟିଏ ପରିବାର ମା ଓ ୮ ବର୍ଷର ପୁଅ ସହ ଭାଇ ରହିଥିବା ବେଳେ ଅନ୍ୟ ଜଣେ ଯୁବ ସାମ୍ବାଦିକ ଅଟନ୍ତି। ମହୁମାଛି ଆକ୍ରମଣ ର ଶିକାର ହୋଇଥିବା ଗୋଟିଏ ପରିବାର ସମସ୍ତେ ବସ ଷ୍ଟାଣ୍ଡ ନିକଟ ବାବୁଲି ନାୟକ (୩୦), ଝୁନି ନାୟକ (୩୪) ଝୁନି ର ପୁଅ ଶିବ ନାୟକ (୮) ଓ ଯୁବ ସାମ୍ବାଦିକ ପ୍ରବୀଣ ଅଗ୍ରୱାଲ। ସମସ୍ତ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ମା ଝୁନି ନାୟକ ଓ ପୁଅ ଶିବ ନାୟକ ର ଅବସ୍ଥା ଗୁରୁତର ଥିବା ବେଳେ ବାବୁଲି ନାୟକ ଓ ପ୍ରବୀଣ ଅଗ୍ରୱାଲ ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ନିଜ ଜୀବନକୁ ବାଜି ଲଗାଇ ମହୁମାଛି ଆକ୍ରମଣରୁ ୮ ବର୍ଷ ର ଶିଶୁ କୁ ମହୁମାଛି ଆକ୍ରମଣ ରୁ ଉଦ୍ଧାର କରି ଥିବା ଯୁବ ସାମ୍ବାଦିକ ପ୍ରବୀଣ ଅଗ୍ରୱାଲ ଙ୍କୁ ସବୁ ଦିଗରୁ ପ୍ରଶଂସାର ସୁଅ ଛୁଟୁଛି। ସୂଚନା ଅନୁଯାଇ ଆଜି ଅପରାହ୍ନ ୩ ଘଣ୍ଟ ସମୟରେ ମୀନା ବଜାର ବୁଲିବାକୁ ଯାଇଥିବା ହାଟପଦା ସାହିର ବାବୁଲି ନାୟକ, ତା ଭଉଣି ଝୁନି ନାୟକ ଓ ଝୁନି ନାୟକ ର ୮ ବର୍ଷ ର ପୁଅ ଶିବ ନାୟକ କୁ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ। ଏଥିରେ ତିନି ଜଣ ଅସ୍ତବ୍ୟେସ୍ତ ହୋଇ ଦୌଡି ଥିଲେ। ତେବେ ଠିକ୍ ଏହି ସମୟରେ ଡାବୁଗାଁ ର ଯୁବ ସାମ୍ବାଦିକ ପ୍ରବୀଣ ଅଗ୍ରୱାଲ ଏକ ଚାଦର ଆଣି ଶିଶୁ କୁ ଘୋଡାଇ ଦେଇଥିଲେ। ଶିଶୁ କୁ ମହୁମାଛି ଆକ୍ରମଣ ଛାଡ଼ି ସାମ୍ବାଦିକ ପ୍ରବୀଣ ଅଗ୍ରୱାଲ କୁ ଆକ୍ରମଣ କରି ମୁଁହ ଓ ବିଭିନ୍ନ ସ୍ଥାନରେ ଦଂଶନ କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ସମସ୍ତ ଆହତ ଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

0
0
0
s2sdefault