ହେଡଲାଇନସ୍:

ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେରାମଣ୍ଡଳୀ, ୧୪/୦୪/୨୦୨୫ : ଟାଟାଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ) ପକ୍ଷରୁ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତିକୁ ମହାଆଡମ୍ବରରେ ପାଳନ କରାଯାଇଛି।ଏହି ଉତ୍ସବରେ କମ୍ପାନୀ କର୍ମଚାରୀ ଓ ତାଙ୍କ ପରିବାର ଏବଂ ଆଖପାଖ ଗ୍ରାମାଞ୍ଚଳର ବାସିନ୍ଦାମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ଅତିରିକ୍ତଜିଲ୍ଲା ମାଜିଷ୍ଟ୍ରେଟଶ୍ରୀ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସୁସାହିତ୍ଵିକା, ଗବେଷିକା ତଥା ଅଧ୍ୟାପିକା ଡକ୍ଟର ପୁଷ୍ପଲତା ରଥ ଏବଂ ବକୁଳ ଫାଉଣ୍ଡେସନର ସଂସ୍ଥାପକ ସୁଜିତ ମହାପାତ୍ର ବକ୍ତା ଭାବେ ଯୋଗ ଦେଇଥିବା ବେଳେନୂଆହତା ସରପଂଚ ରେଣୁବାଳା ଧୀର, ନୂଆଗାଁ ସରପଂଚ ହରପ୍ରୀୟା ସେନାପତି, କୁସୁପୁଙ୍ଗା ସରପଂଚ ଅନୀତା ନାୟକ, ମଙ୍ଗଳପୁର ସରପଂଚ କନକବାଳା ରାଉତ, ଖଡ଼ଗପ୍ରସାଦ ସରପଂଚ ସାବିତ୍ରୀ ଦଳେଇ, ଶିବପୁର ସରପଞ୍ଚ ମାନସ ମହାକୁଡ,ସଞ୍ଜପଡ଼ା ସରପଂଚ ଶୈଳେନ୍ଦ୍ରୀ ଅମାତ ଓପାଇକ ପୁରୁଣା କୋଟ ସରପଂଚ ପ୍ରତାପଚନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।
ଟିଏସଏମର କର୍ପୋରେଟ ସର୍ଭିସେସ୍ ମୁଖ୍ୟ ମୋହିତ ଦାସ, ଟାଟା ଷ୍ଟିଲ୍ ଓଡ଼ିଶାର ସିଏସ୍‌ଆର୍ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ଟିଏସଏମର ପରିବେଶ ବିଭାଗ ମୁଖ୍ୟ ଅନୁପ ଶ୍ରୀବାସ୍ତବ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

ଉତ୍ସବର ଅଂଶ ଭାବରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଆକର୍ଷଣୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଯେପରିକି ମହିଳାମାନଙ୍କ ପାଇଁ ଝୋଟି ଓ ପିଠା ପ୍ରସ୍ତୁତି, ପିଲାମାନଙ୍କ ପାଇଁ ଓଡ଼ିଆ ସଂସ୍କୃତି ଉପରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରଯାଇଥିଲା।ଏହି ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକରେ ଟାଟାଷ୍ଟିଲ୍ଫାଉଣ୍ଡେସନ(ଟିଏସଏଫ୍‌) ଟିମ୍ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଭାଗିତାରେ ସଂଚାଳିତ ହୋଇଥିଲା। ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ଉକ୍ତ କାର୍ୟ୍ୟ କ୍ରମରେ ସମ୍ମାନିତ କରାଯାଇଥିଲା।

ଟିଏସଏମ ହାଉସିଂ କଲୋନୀର କର୍ମଚାରୀ, ପରିବାବର୍ଗ ଓ ପିଲାମାନେ ମଧ୍ୟ ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମରେ ପିଆରଆଇ ସଦସ୍ୟ ଓ ପ୍ରମୁଖ୍ୟ ବ୍ୟକ୍ତିବିଶେଷମାନେ ମଧ୍ୟ ଅଂଶଗ୍ରହଣ କରି ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ସ୍ଥାନୀୟ ଆଞ୍ଚଳବାସୀଙ୍କ ମଧ୍ୟରେ ସଂପର୍କକୁ ଅଧିକ ଦୃଢ଼ କରିଥିଲେ । ପ୍ରତିଯୋଗିତାରେ ସହଯୋଗ କରିଥିବାବିଚାରକମଣ୍ଡଳୀ ଓ ଉପସ୍ଥିତ ଥିବା ସରପଞ୍ଚମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ୩୦୦ରୁ ଅଧିକ ଜନସାଧାରଣ ସାମିଲ ହୋଇ ମହାଡମ୍ବରରେ ପାଳନ କରିଥିଲେ।

 

0
0
0
s2sdefault