ହେଡଲାଇନସ୍:

ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଗ୍ନିଶମ ସେବା କେନ୍ଦ୍ର ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଅବସରରେ ସୋମବାର ଓଡ଼ିଆ ଏନ୍ଏସି ପରିଭ୍ରମଣ କରି ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକ ଏବଂ ଆକସ୍ମିକ ଦୁର୍ଘଟଣାକୁ ଏଡାଇବା ନିମନ୍ତେ କିିପରି ସାବଧାନ ଅବଲମ୍ବନ କରିବାକୁ ପଡ଼ିବ ସେ ସମ୍ପର୍କରେ ଡ଼ାକବାଜି ମାଧ୍ୟମରେ ପ୍ରଚାର କରି ସଚେତନ କରାଇଥିଲେ । ଓଡ଼ଗାଁ ଅଗ୍ନିଶମ ସେବା କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ପ୍ରଫୁଲ୍ଲ କୁମାର ପାଇକରାୟଙ୍କ ନେତୃତ୍ୱରେ ସଚେତନତା ଶୋଭାଯାତ୍ରାରେ ହାବିଲଦାର ମୁସ୍ତାକିନ ମହମ୍ମଦ, ଅମିୟ ଦଳେଇ ପ୍ରମୁଖଙ୍କ ସହିତ ଅନ୍ୟ ସହକର୍ମୀ ମାନେ ସହଯୋଗ କରିଥିଲେ । ସୂଚନା ଥାଉକି ଅପ୍ରେଲ ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ସ୍ତରରେ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଅବସରରେ ଓଡ଼ଗାଁ ସେବାକେନ୍ଦ୍ର ତରଫରୁ ଆଜି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

0
0
0
s2sdefault