ଓଡ଼ଗାଁ,୧୪।୦୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ୨୧ ନମ୍ବର ରାଜ୍ୟ ରାଜପଥ ଓଡ଼ଗାଁ ଠାରୁ କୋମଣ୍ଡ ମଧ୍ୟରେ ପଥରାଛକ ନିକଟରେ ସୋମବାର ସକାଳେ ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ୧୦୮ ଯୋଗେ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନୟାଗଡ଼ ଏବଂ ପରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପରିସ୍ଥିତି ସଙ୍କଟାପନ୍ନ ରହିଛି । ଗୁରୁତର ଚାଳକ ଜଣକ ହେଲେ ରବି ଗାଡିଆ ପଞ୍ଚାୟତ ପାଇକ ବାଙ୍କତରା ଗ୍ରାମର ଗୈାରାଙ୍ଗ ବାରିକ(୪୦) । ସେ କୋମଣ୍ଡ ପଟରୁ ଓଡ଼ଗାଁ ଆଡକୁ ଆସୁଥିବା ବେଳେ ପଥରାଛକ ନିକଟରେ ନିୟନ୍ତ୍ରଣ ହରାଇ ବାଇକସହ ଏକ ଗଛରେ ପିଟି ହୋଇ ଗୁରୁତର ଭାବେ ସେଠାରେ ପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଡାକ୍ତର ଥାନାକୁ ଆଣିଥିବା ବେଳେ ପୋଲିସ ବାଇକ୍ ଟିକୁ ଜବତ୍ କରିଛନ୍ତି । ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୈାଣସି ଅଭିଯୋଗ ହୋଇନାହିଁ ।
ରାଜ୍ୟ
ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର
- Hits: 168