ଓଡଗାଁ, ୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ସୋମବାର ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜନ୍ମ ସ୍ଥାନୀୟ ଏନଏସି ଅଞ୍ଚଳରେ ପାଳିତ ହୋଉଯାଇଛି । ସ୍ଥାନୀୟ ହନୁମାନ ଛକ, ରଘୁନାଥ ମନ୍ଦିର ସିଂହ ଦ୍ୱାର ଓ ଦକ୍ଷିଣ ଦ୍ୱାର, ସିନେମା ହଲ ଛକ ବିଜେ ମହାବୀର ମନ୍ଦିରରେ ଭୋର ସମୟରୁ ପୂଜାର୍ଚନା ସହିତ ହନୁମାନଙ୍କୁ ସିନ୍ଦୁର ଲେପ କରି ସୁସଜ୍ଜିତ କରାଯାଇଥିଲା । ହଜାର ଶ୍ରଦ୍ଧାଳୁ ଭଜନ କୀର୍ତ୍ତନ ସହିତ ମହାବୀରଙ୍କ ଦର୍ଶନ ଲାଭ କରିଥିଲେ । ଦିନ ତମାମ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ପରସ୍ପରକୁ ପଣା ପ୍ରସାଦ ବିତରଣ କରିଥିବା ବେଳେ ପ୍ରତ୍ୟେକ ଛକ ବଜାରରେ ଶ୍ରଦ୍ଧାଳୁ ଓ ବାଟୋଇଙ୍କୁ ପଣା ଓ ଅନ୍ନ ପ୍ରସାଦ ବିତରଣ କରଯାଇଥିବା ଦେଖିବାକୁ ମିଳିଥିଲା । ଏହା ସହିତ ସ୍ଥାନୀୟ ଶ୍ରୀସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୁହିକ ସେବା କେନ୍ଦ୍ର ଆନୁକୂଲ୍ୟରେ ମହାବିଶୁବ ସଂକ୍ରାନ୍ତି ସହିତ ଓଡ଼ିଆ ନବ ବର୍ଷରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୂଜାର୍ଚନା ସହିତ ବରିଷ୍ଠ ସଦସ୍ୟ ପ୍ରସନ୍ନ ଭଟ ଓ ସର୍ବ କନିଷ୍ଠ ଆଦ୍ୟାନ୍ତ ପଟ୍ଟନାୟକ ମିଳିତ ଭାବେ ଆଳତୀ ପ୍ରଦାନ କରିଥିଲେ । ଏହା ସହିତ ଦଣ୍ଡଯାତ୍ରା ଉଦଯାପନୀ ଅବସରରେ ଝୁଲଣ ମଣ୍ଡପ ସାମ୍ନାରେ ରାମେଶ୍ବର ମହାଦେବଙ୍କ ଦଣ୍ଡୁଆଙ୍କ ସହିତ ବହୁ ମାନସିକଧାରୀ ମାନେ ଝାମୁ ଯାତ୍ରା ଅବସରରେ ନିଆଁଗାଡରେ ଚାଲିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ ଏହାକୁ ଉପଭୋଗ କରିଥିଲେ ।
ରାଜ୍ୟ
ଓଡଗାଁରେ ହନୁମାନ ଜନ୍ମ ମହୋତ୍ସବ ପାଳିତ, ଦିନ ତମାମ ପଣା ପ୍ରସାଦରେ ଶ୍ରଦ୍ଧାଳୁ ଆପ୍ୟାୟିତ
- Hits: 202