ଓଡ଼ଗାଁ,୧୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ସ୍ବର୍ଣ୍ଣ କଳସ କ୍ଷେତ୍ର ଓଡ଼ଗାଁ ଶ୍ରୀରାମ ନବମୀ ନବଦିନ ସନ୍ଦ୍ୟା ବେଶର ଅଷ୍ଟମ ସନ୍ଧ୍ୟାରେ ସୁବଳୟା ପର୍ବତ ଉପରେ ପ୍ରଭୁ ଶ୍ରୀରାମ ଅନୁଜ ଲକ୍ଷ୍ମଣ ଏବଂ ବିଭୀଷଣଙ୍କ ସହିତ ସୁଗ୍ରୀବ, ଅଙ୍ଗଦ, ହନୁମାନ, ଜାମ୍ବବାନ, ସୁଷେଣ, ନଳ, ନୀଳ, ଗବ ଓ ଗବାକ୍ଷ ଅଷ୍ଟ ସେନାନୀଙ୍କ ସହିତ ଲଙ୍କାଗଡ଼ ବିଜୟ ପାଇଁ ବିଚାର ବିମର୍ଶର ଦୃଶ୍ୟ ସୋମବାର ସନ୍ଧ୍ୟାରେ ଦର୍ଶନ କରି ଭକ୍ତମାନେ ମାତାଙ୍କ ଉଧାର ନେଇ ଆସ୍ବସ୍ତ ହୋଇଥିଲେ । ରାମାୟଣ ପୁରାଣ ବର୍ଣ୍ଣିତ କଥାବସ୍ତୁ ଆଧାରରେ ସ୍ବର୍ଣ୍ଣ ମୃଗର ଭ୍ରମ ସୃଷ୍ଟି କରି ମାୟାବି ଲଙ୍କପତି ରାବଣ ଛଦ୍ମବେଶରେ ଆସି ଛଳନାରେ ସୀତାଙ୍କୁ ଚୋରାଇନେଇଥିଲା । ମୃତ୍ୟୁର ନିକଟତର ହେବାପାଇଁ ଦାନବରାଜ ରାବଣ ଜୀବନରେ ଆଉଗୋଟାଏ ପାପ ଯୋଡ଼ି ହୋଇଯାଇଥିଲା । ରାମ ଲକ୍ଷ୍ମଣ ଦୁଇଭ୍ରାତା ଜଟାୟୁଙ୍କ ସହ ଭେଟ ହୋଇ ସୀତା ହରଣର ସମସ୍ତ ଘଟଣା ଅବଗତ ହୋଇଥିଲେ । ଏବଂ ପ୍ରାଣପ୍ରିୟା ପତ୍ନୀ ସୀତାଙ୍କ ମୁକ୍ତିପାଇଁ ଉଦ୍ୟମ କରୁଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ସହିତ ଭକ୍ତ ହନୁମାନଙ୍କ ସାକ୍ଷାତ ହୋଇଥିଲା । ସୁଗ୍ରୀବଙ୍କ ସହ ମିତ୍ରତା ବାନ୍ଧି ମହାବଳୀ ବାଳୀକୁ ବଦ୍ଧ କରିବା ସହିତ ଶୁଗ୍ରିବଙ୍କ କିଷ୍କିନ୍ଧ୍ୟାରେ ରାଜ୍ୟାଭିଷେକ କରିଥିଲେ । ସାତ ସମୁଦ୍ର ପାର ହୋଇ ଭକ୍ତ ହନୁମାନ ରାବଣର ଲଙ୍କାଗଡ଼ରେ ପହଁଞ୍ଚି ଅଶୋକ ବାଟିକାରେ ମାତା ସୀତାଙ୍କୁ ଠାବକରି ଫେରିଥିଲେ। ସୋମବାର ସନ୍ଧ୍ୟାବେଶର ଦୃଶ୍ୟ ଅନୁସାରେ ରାବଣକୁ ନିଧନକରି ସୀତାଙ୍କ ଉଦ୍ଧାର ପାଇଁ ଅଷ୍ଟ ସେନାନୀଙ୍କ ସହିତ ସୁବଳୟା ପର୍ବତରେ ଆଲୋଚନା ରତଥିଲେ । ଏହି ଖବର ଗୁପ୍ତଚର ଠାରୁ ପାଇ ରାବଣ ପୁଷ୍ପକ ବିମାନରେ ସେଠାରେ ପହଞ୍ଚି ଅଷ୍ଟ ସେନାନୀଙ୍କ ଉପରେ ଆକାଶ ମାର୍ଗରୁ ଗଦା ପ୍ରହାର କରିଥିଲେ । ବିଭିଷଣଙ୍କ ଠାରୁ ସୂଚନା ପାଇ ରାମଚନ୍ଦ୍ର ଆକାଶକୁ ଚାହିଁବା ବେଳେ ଗଦା ତଳେ ପଡିବା ପୂର୍ବରୁ ହନୁମାନ ତାକୁ ଧରିନେଇଥିଲେ । ଏବଂ କ୍ଷଣେ ମାତ୍ର ବିଳମ୍ବ ନକରି ପ୍ରଭୁ ଶ୍ରୀରାମ ତିର ନିକ୍ଷେପ କରି ରାବଣର ଧନୁ, ମୁକୁଟ, ଅଳଙ୍କାର ବେଶଭୂଷା ନଷ୍ଟ କରିଦେଇଥିଲେ । ଫଳରେ ଲଜ୍ୟା ଓ ଭୟରେ ରାବଣ ଚାଲିଯାଇଥିଲା । ଉକ୍ତ ଘଟଣା ପରେ ରାମ ସାମାନ୍ୟ ମନୁଷ୍ୟ ନୁହଁନ୍ତି ବୋଲି ପ୍ରଥମ କରି ରାବଣ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା । ସାମ୍ପ୍ରତିକ ସମୟରେ ପ୍ରତିଦିନ ଛଳନା କପଟରେ ଅନେକ ରାବଣ ମାନେ ସତୀଙ୍କର ସତୀତ୍ବକୁ ଭୁଲୁଣ୍ଠିତ କରୁଛନ୍ତି । ଆଜି ନହେଲେ କାଲି ସେମାନଙ୍କୁ ରାବଣ ପରି ଦଶା ଭୋଗିବାକୁ ପଡ଼ିବ । ଆଇନ୍ ଅଦାଲତରୁ ସେମାନେ ଖସିଯାଇ ପାରନ୍ତି, କିନ୍ତୁ ଈଶ୍ବରଙ୍କ ଦରବାରରେ ସେମାନଙ୍କ ପାଇଁ ଦଣ୍ଡ ସୁନିଶ୍ଚିତ । ସେହିପରି ହନୁମାନଙ୍କ ଜୟନ୍ତୀ ଅବସରରେ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ସିଂହ ଦ୍ୱାରରେ ଅବସ୍ଥିତ ହନୁମାନଙ୍କ ଠାରେ ଘଣ୍ଟ, ମୃଦଙ୍ଗ, ଛତି ତ୍ରାସ ଓ ମଶାଲ ଧରି ପରମ୍ପରା ଅନୁସାରେ
ସ୍ବତନ୍ତ୍ର ବିଧିବିଧାନ ପୂର୍ବକ ଗଜାମୁଆଁ ଓ ପଣା ଭୋଗ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ
ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା: ଶ୍ରୀରାମଙ୍କ ଅଷ୍ଟ ସେନାନୀଙ୍କ ସହ ବିଚାର ବିମର୍ଶର ଦୃଶ୍ୟ ଦର୍ଶନ
- Hits: 143