ହେଡଲାଇନସ୍:

ଟିଟିଲାଗଡ ସହରରେ ବିଶ୍ଵରତ୍ନ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ଜୟନ୍ତୀ ଉତ୍ସବ ପାଳନ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟଲାଗଡ: ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଳକରେ ବିଶ୍ଵରତ୍ନ ଡ଼.ଭୀମ ରାଓ ରାମଜୀ ଆମ୍ବେଦକରଙ୍କ 143 ତମ ଜୟନ୍ତୀ ପାଳନ ଉତ୍ସବରେ ସହର, ଗ୍ରାମ୍ୟ ଏବଂ ଅନ୍ୟାନ୍ୟ ଅଞ୍ଚଳର ଜନସାଧାରଣ, ସ୍ଥାନୀୟ ନେତାମାନେ ଓ ପ୍ରଶାସନିକ ଅଧିକାରୀ ମାନେ ମିଶି ଏକ ଶୂଭ, ଶାନ୍ତି , ମିଳନ, ଭାତୃତ୍ୱପୂର୍ଣ୍ଣ, ଆନନ୍ଦ, ଉଲ୍ଲାସ ଓ ଉତ୍ସାହପୂର୍ଣ୍ଣ କାର୍ଯ୍ୟକ୍ରମ ଅନଷ୍ଠିତ କରିଥିଲେ।
ସକାଳଠାରୁ ତାଳ,ଝଙ୍କାର, ପାରମ୍ପାରିକ ବାଦ୍ୟ ସହ ବାବା ସାହେବ ଆମ୍ବେଦକର ଙ୍କ ସଙ୍ଗୀତର ମଧୁର ସ୍ଵର ଏବଂ ନୃତ୍ୟ ଦ୍ୱାରା ଉତ୍ସବର ଆରମ୍ଭ ହେଲା। ରାସ୍ତା, ଛକ ଓ ଗଲିଗୁଡିକୁ ସୁନ୍ଦର ଫୁଲ ମାଳା, ପତାକା ଓ ରଙ୍ଗୀନ ରଙ୍ଗୋଲି ଦ୍ୱାରା ଆଲଙ୍କୃତ କରାଗଲା, ଯେଉଁଥିରେ ଆମ୍ବେଦକଙ୍କର ନୈତିକ ଦୃଷ୍ଟିକୋଣ ଓ ସମାଜିକ ସଂସ୍କାରକୁ ପ୍ରତିବିମ୍ବିତ କରାଯାଇଥିଲା
ଏହି ଉତ୍ସବର ହାଇଲାଇଟ ଥିଲା ଏକ ମହାନ ବାଇକ୍ ରାଲି, ତହିଁରେ ହଜାର ହଜାର ଲୋକ ବାଇକ୍ ରେ ସହର ର ସମସ୍ତ ଛକ, ଗଲି ଓ ରାସ୍ତା ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମା ସହ ଡି ଜେ ବାଜା ମାଧ୍ୟମରେ ନୃତ୍ୟ ସହ ପରିଭ୍ରମଣ କରି ଥିଲେ । ଏହି ରାଲି ହେଲା ସମାଜର ସମାନତା, ଏକତା ଓ ସାମାଜିକ ନ୍ୟାୟ ପ୍ରତିବଦ୍ଧତାର ପ୍ରତୀକ, ଯାହା ବାବା ସାହେବଙ୍କର ନୂତନ ଦୃଷ୍ଟିକୋଣକୁ ସାକ୍ଷାତ କରେ।ସ୍ଥାନୀୟ ବିଭିନ୍ନ ସଙ୍ଗଠନର ମୁଖ୍ୟ, ଜ୍ଞାନୀ ଓ ନେତାମାନେ
ଉତ୍ସବରେ ପ୍ରଧାନ ଅତିଥି ଭାବେ ନିମନ୍ତ୍ରିତ ହେବା ସହ ଅନେକ ପ୍ରମୁଖ ନେତାମାନେ ମଧ୍ୟ ଥିଲେ। ଶ୍ରୀଯୁକ୍ତ ବୈକୁଣ୍ଠ ନାଗ, ଶ୍ରୀଯୁକ୍ତ ବିରେନ୍ଦ୍ର ବାଗ, ଶ୍ରୀଯୁକ୍ତ ଗିରୀସ ନନ୍ଦ, ଶ୍ରୀଯୁକ୍ତ ରୋହିତ ତାଣ୍ଡି, ଶ୍ରୀଯୁକ୍ତ ଜୁଗଳ ଜାଳ, ଶ୍ରୀଯୁକ୍ତ ଧର୍ମେନ୍ଦ୍ର କୁମାର ନାଗ,ଶ୍ରୀଯୁକ୍ତ ସୁଶୀଳ ସିକା, ଶ୍ରୀଯୁକ୍ତ ହିମସାଗର ତାଣ୍ଡି ଆହୁରି ଅନେକ ସମାଜ ସେବୀ,ଓ ନେତା ଓ ବରିଷ୍ଠ ସମାଜ ସେବୀ ଯଥା ଶ୍ରୀଯୁକ୍ତ ମଗନ ସୁନା ସହିତ ଅନ୍ୟାନ୍ୟ ଆଦରଣୀୟ ନେତାମାନେ ଆସି ବ୍ୟସ୍ତ ଅଭିନନ୍ଦନ ଓ ଶୁଭେଚ୍ଛା ଦେଖାଇଲେ। ବର୍ତମାନର ସ୍ଥାନୀୟ ବିଜେପି ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ଉପସ୍ଥିତ ହୋଇ ସମସ୍ତ ଙ୍କ ସହିତ ନୃତ୍ୟ କରି ସମସ୍ତଙ୍କର ହୃଦୟରେ ଉଲ୍ଲାସର ରଙ୍ଗ ପ୍ରହର କରି ଥିଲେ।ସ୍ଥାନେ ସ୍ଥାନେ ମୁସଲିମ ସମାଜ ର ସମାଜସେବୀ ମାନଙ୍କ ଦ୍ଵାରା ପାନିୟ ଜଳ, ଥଣ୍ଡା ଓ ସରବତ୍ ମାନ ସମସ୍ତ ଙ୍କ ପିଇବା ପାଇଁ ବ୍ୟବସ୍ଥା କରାଯାଇଥିଲା।
ସମାଜର ସାଧାରଣ ଲୋକମାନେ ସ୍ଥାନୀୟ ଓଡ଼ିଆ ସଂସ୍କୃତି ଓ ଇତିହାସର ସମ୍ମାନରେ ଏହି ଉତ୍ସବର ମାଧ୍ୟମରେ ବାବା ସାହେବଙ୍କ ଶିକ୍ଷା ଓ ଦର୍ଶନକୁ ସ୍ମରଣ କରାଗଲା। ସମସ୍ତଙ୍କର ମନରେ ଏହି ଦିନଟି ସର୍ବଦାକାଳୀନ ସ୍ମୃତିରୂପେ ଅଙ୍କିତ ହେବା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଦିନ ଭାବେ ଅନୁଭବ ହେଲା। ସହରର ସମସ୍ତ ଲୋକଙ୍କ ଏକତାର, ଶାନ୍ତିର ଓ ସମାଜିକ ନ୍ୟାୟର ପ୍ରତୀକ ଭାବରେ ସମାଜସେବୀ ମନୋଭାବ ପ୍ରଦର୍ଶନ କରିଥିଲା। ଏହା ବାବା ସାହେବ ଆମ୍ବେଦକର ଉଦ୍ଦେଶ୍ୟକୁ ସ୍ମରଣ କରାଇଥିଲା ଓ ସମାଜର ହୃଦୟରେ ସମାନତା, ମାନବିକତା ଓ ସେବାର ଦୀପ ଜଳେଇ ରଖିବାର ପ୍ରେରଣା ଦେଇଥିଲା ।

0
0
0
s2sdefault