ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସର ରେ ବେଲ ପଣା ବଣ୍ଟନ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଲେକ୍ଟ୍ରୋନିକ୍ସ ଓ ୱେବ୍ ମିଡିଆ ପକ୍ଷରୁ ଡୁଙ୍ଗୁରିପାଲି ପୁରୁଣା କରତ ମିଲ୍ ଠାରେ ବେଲ ପଣା ବଣ୍ଟନ କରାଯାଇଥିଲା l ବାଟରେ ଯାଉଥିବା ବାଟୋଇ ଓ ସ୍ତାନୀୟ ଲୋକଙ୍କୁ ପଣା ଦେଇଥିଲେ l ଏଥିରେ ସେବା ଫାଉଣ୍ଡେସନ ର ଆବାହକ ବିଭୂଦତ୍ତ ବିଶ୍ଵାଳ ଓ ନୀତା ପଟେଲ ଙ୍କ ସହ ସଦସ୍ୟ ଯୋଗେ ଦେଇ ପଣା ବଣ୍ଟନ ରେ ସହଯୋଗ କରିଥିଲେ l ବରିଷ୍ଠ ସାମ୍ବାଦିକ ପଦ୍ମlବାଗ ଯାଦବ,ବରିଷ୍ଠ ଓକିଲ ତପନ ଯୁଆଡ଼ି,ପ୍ରକାଶ ହାତୀ, ମୁକେଶ ଭୋଇ, ସୁଦାମ ସାହୁ, ଦୀନବନ୍ଧୁ ସୁନା ,ଗୋପାଲ ମାଝୀ, ଉମାକାନ୍ତ ବାଘ, ଶିଶୁପାଳ ଖମାରି ପ୍ରମୂଖ ପଣା ବଣ୍ଟନ କରିଥିଲେ l
ରାଜ୍ୟ
ଡୁଙ୍ଗୁରିପାଲି ଇଲେକ୍ଟ୍ରୋନିକ୍ସ ଓ ୱେବ୍ ମିଡିଆ ପକ୍ଷରୁ ବେଲ ପଣା ବଣ୍ଟନ କରାଯାଇଥିଲା l
- Hits: 101