ହେଡଲାଇନସ୍:

ଚଇତି ପୁନେଇ ମହୋତ୍ସବ (୨୦୨୫)ରେ ମାଁ ଚନ୍ଦ ଲି ପାଟ ଙ୍କ ଛତର ଯାତ୍ରା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପୂଜାଡୁଙ୍ଗୁରି ଠାରେ ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ "ମାଁ ଚନ୍ଦଳୀ ପାଟ " ଙ୍କ ଛତର ଯାତ୍ରା ପାହାଡ ର ଏକ ଅଦୃଶ୍ୟ ଗୁମ୍ଫାର ସମ୍ପନ୍ନ ହୋଇଯାଇଛି l ପୂଜା ଟି କେଉଁ ଆବହମାନ କାଳରୁ ଆଦିବାସୀ ସମ୍ପ୍ରଦାୟ ଙ୍କ ଦ୍ଵାରା ହୋଇ ଆସୁଥିବା ବେଳେ ଆଜି ମଧ୍ୟ ଭକ୍ତି ଭାବାବେଗ ଓ କାମନା ଭରା ବିଶ୍ୱାସ ରେ ସମ୍ପନ୍ନ ହେଉଛି ଛତର ଯାତ୍ରା l ଅଞ୍ଚଳ ର ଅନେକ ଆଦିବାସୀ ସମ୍ପ୍ରଦାୟ ଲୋକେ ଆଜିକାର ଦିନରେ ମାଁ ଙ୍କ ନିକଟରେ ନିଜର ଗୁହାରି ଜଣାଇ ଦେବୀ ଙ୍କ ପାଖରେ ଶରଣାପନ୍ନ ହୋଇଥାନ୍ତି l ମାନସିକ ଧାରି ବ୍ୟକ୍ତି ମାଁ ଙ୍କ ଠାରେ ବୋଦା ବଳି ଦେଇ ମଧ୍ୟ ତାର କୃପାଲାଭ କରିଥାଏ l ଶୁଣାଯାଏ, ପୂଜା ସ୍ଥାନଟି ଘଞ୍ଚ ଜଙ୍ଗଲ ସବୁଜ ବନାନୀ ଓ ଅନେକ ସୁଢ଼ଙ୍ଗ ପଥ ରହି ପାହାଡ ଘେରା ସ୍ଥାନ ହୋଇଥିଲେ ହେଁ,ମାଁ ଙ୍କ କୃପା ରୁ ଚଇତି ପୁନେଇଁ ରାତି ଦିବାଲୋକ ଭଳିଆ ସ୍ପଷ୍ଟ ହୋଇ ଯାଇଥାଏ l ଏମିତି କି ଏହି ରାତ୍ରି ରେ ମାଁ ଙ୍କ ଶରଣାପନ୍ନ ଭକ୍ତ ମାନେ କୌଣସି ବିଷାକ୍ତ ସରୀସୃପ ତଥା ହିଂସ୍ର ଜନ୍ତୁ ଙ୍କ ଆକ୍ରମଣ ର ଶିକାର ହୁଅନ୍ତି ନାହିଁ ଏବଂ ଏ ପ୍ରକାର ଘଟଣା ମଧ୍ୟ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ ବୋଲି ଲୋକେ କୁହନ୍ତି ll ଅପର ପକ୍ଷରେ ଆଧୁନିକତାର ସ୍ପର୍ଶ ରେ ଏବେ ପୂଜା ଅଞ୍ଚଳ କୁ ଆସୁଥିବା ଭକ୍ତ ମାନଙ୍କ ମନୋରଞ୍ଜନ ସକାଶେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଉଛି l ଏ ପରିପ୍ରେକ୍ଷୀରେ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ଡୁଙ୍ଗୁରିପାଲି ବ୍ଲକ ଆଦିବାସୀ ସଂଘ ର ମିଲିତରେ ଏକ ମାଁ ଚନ୍ଦଳି ପାଟ ପୂଜା ଡଙ୍ଗୁରି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଡୁଙ୍ଗୁରିପାଲି ବ୍ଲକ ବିଡ଼ିଓ ଦିଲୀପ କୁମାର ବାରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବ୍ଲକ ଉପାଧ୍ୟକ୍ଷ ମକରଧ୍ବଜ ସାହୁ, ବିଜେପି ଆଦିବାସୀ ମୋର୍ଚ୍ଚା ସେଲ ର ରାଜ୍ୟ ସମ୍ପାଦକ ବିହାରୀ ମାଝୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗେନ୍ଦ୍ର ଭୋଇ ଓ ଅନ୍ୟ ବ୍ୟକ୍ତି ବିଶେଷ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଅନ୍ୟ ପକ୍ଷରେ ଆୟୋଜକ କମିଟି ର ସଭାପତି ତଥା ଚନାବେଡ଼ା ଗାଆଁ ଗୌନ୍ତିଆ ଡୋଳା ମଣି ଭୋଇ ଏ ମହୋତ୍ସବ ଆବାହକ ଦାୟିତ୍ୱରେ ରହିଥିବା ବେଳେ, ମଞ୍ଚ ପରିଚାଳନା କରିଥିଲେ ଅଞ୍ଚଳ ର ଯୁବ ସାମ୍ବାଦିକ ତଥା ସମାଜସେବୀ ଗୋପାଲ ମାଝୀ l ପରେ ମଞ୍ଚ ରେ ମଞ୍ଚସ୍ଥ ହୋଇଥିଲା ଅନେକ ପ୍ରକାର କଳା ସଂସ୍କୃତି ଭରା ଲୋକ ନୃତ୍ୟ l

0
0
0
s2sdefault