ଓଡ଼ଗାଁ,୧୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ବିଜୟ ମଣ୍ଡପ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସମିପରେ ଥିବା ୪ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ବିନା ସୂଚନାରେ ଶନିବାର ବନ୍ଦ ରହିଥିବା କରଣରୁ କେନ୍ଦ୍ରକୁ ଆସିଥିବା ଶିଶୁମାନେ ଘରକୁ ଫେରିବାକୁ ପଡ଼ିଛି । ଅଙ୍ଗନବାଡ଼ି କର୍ମୀ କବାରମ୍ବାର କର୍ତ୍ତବ୍ୟରେ
ଅବହେଳା କରୁଥିବାରୁ ଏକାଧିକ ଅଭିଭାବକ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ସବୁଦିନ ପରି ଆଜି କେତେକ ଅଭିଭାବକ ସେମାନଙ୍କ ଶିଶୁ ମାନଙ୍କୁ ନେଇ ୪ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ପହଁଞ୍ଚିଥିଲେ । ନିକଟରେ ଥିବା ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ର ସ୍ବାଭାବିକ ଭାବେ ଚାଲିଥିବା ବେଳେ ୪ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲିବା ଘଟଣାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଏବଂ ସେମାନେ ଏନେଇ ମୋବାଇଲ ମାଧ୍ୟମରେ ବ୍ଳକ୍ ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ ଲହଡ଼ି ମାଳ ପ୍ରଧାନଙ୍କୁ ଅବଗତ କରାଇଥିଲେ । ଖବରପାଇ ଶିଶୁ ସୁରକ୍ଷା ଅଧିକାରୀ ସେଣ୍ଟର ସୁପରଭାଇଜଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୋବାଇଲ ମାଧ୍ୟମରେ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ଫଳରେ ସୁପରଭାଇଜର ଆସନ୍ତା ମଙ୍ଗଳବାର ଅଭିଭାବକ ମାନଙ୍କର ଏକ ବୈଠକ ଡକାଇଛନ୍ତି । ବୈଠକର ନିଷ୍ପତି ଅନୁସାରେ କର୍ମିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।
ରାଜ୍ୟ
ଓଡ଼ଗାଁ ଏନ୍ଏସି ୪ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ଝୁଲୁଛି ତାଲା,କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି
- Hits: 358