ହେଡଲାଇନସ୍:

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୬ଷ୍ଠ ସନ୍ଧ୍ୟା, ରାମ, ଲକ୍ଷ୍ମଣ ଓ ସୀତାଙ୍କ ବନବାସ ଦୃଶ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ ୧୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରା ନବ ଦିନ ସନ୍ଧ୍ୟା ବେଶର ଷଷ୍ଠ ସନ୍ଧ୍ୟାରେ ପ୍ରଭୁଙ୍କ ବନବାସ ବେଶ ଭକ୍ତ ମାନଙ୍କ ମଧ୍ୟରେ ଆଣିଦେଇଥିଲା ନୈରାଶ୍ୟ ଭାବ । ରାତି ପାହିଲେ ଶ୍ରୀରାମଙ୍କ ରାଜ୍ୟାଭିଷେକକୁ ନେଇ ଅଯୋଧ୍ୟା ନଗ୍ରବାସୀ ଖୁସିରେ ଆତ୍ମହରା ହୋଇ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ରାତି ପାହିବା ପୂର୍ବରୁ ରାମ, ଲକ୍ଷ୍ମଣ ଓ ସୀତାଙ୍କ ବନବାସ ଖବର ପାଇ ସମଗ୍ର ଅଯୋଧ୍ୟା ନଗରର ନରନାରୀ ଙ୍କ ମନରେ ବିଶାଦଭାବ ଆଣିଦେଇଥିଲା । ଠିକ୍ ସେପରି ଶନିବାର ସନ୍ଧ୍ୟାର ବନବାସ ବେଶ ଦର୍ଶନ କରି ମ୍ରିୟମାଣ ଶ୍ରଦ୍ଧାଳୁଙ୍କୁ ଦେଖିଲେ ଓଡ଼ଗାଁରେ ଅଯୋଧ୍ୟାର ଭ୍ରମ ସୃଷ୍ଟି ହେଉଥିଲା । ପିତା ଦଶରଥଙ୍କ ସତ୍ୟ ପାଳନ ପାଇଁ ପ୍ରଭୁ ଶ୍ରୀରାମ ରାଜ୍ୟ ଏବଂ ରାଜ-ସିଙ୍ଘାଶନକୁ ତୁଚ୍ଛ କରି ରାତି ପାହିବା ପୂର୍ବରୁ ଭାଇ ଭାର୍ଯ୍ୟାଙ୍କୁ ସଙ୍ଗରେ ନେଇ ବନବାସରେ ବାହାରି ଯାଇଥିଲେ । ଗୋଟିଏ ପକ୍ଷରେ ଏହାଥିଲା ବିଧିର ବିଧାନ । ପ୍ରବଳ ପ୍ରତାପି ତ୍ରିପୁର ବିଜୟୀ ଦାନବ ରାଜ ରାବଣ ପତନର ଅୟଂଆରମ୍ଭ । ଅନ୍ୟ ପକ୍ଷରେ ଶୈାର୍ଯ୍ୟ, ବିର୍ଯ୍ୟ ଏବଂ ସମସ୍ତ ଶକ୍ତିର ଆଧାର ନିରହଂକାର ତ୍ୟାଗର ପ୍ରତୀକ ସ୍ୱରୁପ ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ଦାନବ ସ୍ବଭାବର ମୂଳୋତ୍ପାଟନ କରି ସତ୍ୟ, ଶାନ୍ତି ଓ ଧର୍ମ ସ୍ଥାପନାର ପ୍ରମାଣ ଦେବାପାଇଁ ସହାସ୍ୟ ବଦନରେ ବନବାସକୁ ବରଣ କରିଥିଲେ । ରାବଣ ନିଧନ ପାଇଁ କୈକେୟୀଙ୍କ ମାତୃତ୍ଵର ବଳିଦାନ ଇତିହାସ ନିଶ୍ଚୟ ମନେରଖିବ। ଭରତ ଠାରୁ ଅଧିକ ପ୍ରିୟ ରାମଙ୍କ ବନବାସର କାରଣ ସାଜି ନିନ୍ଦା ଅପନିନ୍ଦାର ପାତ୍ରୀ ହୋଇପଡ଼ିଥିବା କୈକେୟୀଙ୍କୁ ଭରତଙ୍କ ଠାରୁ ଭର୍ଛନା ଶୁଣିବାକୁ ପଡ଼ିଥିଲା । ବନବାସରୁ ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପରେ ପ୍ରିୟ ପୁତ୍ରକୁ ଦେଖି କୈକେୟୀଙ୍କ ଦୁଃଖ କିଛି ପରିମାଣରେ ଲାଘବ ହୋଇଥିଲା। ଅନ୍ତର୍ଯ୍ୟାମୀ ପ୍ରଭୁ ରାମଚନ୍ଦ୍ର ଏକଥା ଜାଣିଥିଲେ । ବୀରାଙ୍ଗନା ମା' କୈକେୟୀଙ୍କ ସହଯୋଗ ବିନା ରାବଣ ନିଧନ ଅସମ୍ଭବ ହୋଇ ପଡ଼ିଥାନ୍ତା । ତେଣୁ ଧର୍ମ ରକ୍ଷା ପାଇଁ ଜଣେ ମା, କିପରି ତା, ମାତୃତ୍ୱକୁ ବାଜି ଲଗାଇପାରେ ଏବଂ ପିତାଙ୍କ ସମ୍ମାନ ରକ୍ଷା ପାଇଁ ପୁତ୍ର କିପରି ତ୍ୟାଗ କରିପାରେ ତାହା ରାମାୟଣ କଥାବସ୍ତୁ ମାଧ୍ୟମରେ ପ୍ରେରଣା ପ୍ରଦାନ କରିଥାଏ । ବର୍ତ୍ତମାନ ସମୟର ସମାଜ ଏହାକୁ ଗ୍ରହଣ କରିପାରିଲେ ଅନେକ ସଂଖ୍ୟାରେ ଛଦ୍ମବେଶୀ ରାବଣ ମାନେ ନିପାତ ହୋଇପାରିବେ । ସୂଚନାଯୋଗ୍ୟ ଯେ, ଓଡ଼ଗାଁରେ ପୂଜିତ ଦାରୁ ବିଗ୍ରହ ରାମ ଓ ଲକ୍ଷ୍ମଣଙ୍କ ଜଟାଜୁଟ ଓ ନିଶ ଦାଢ଼ି ରହିଥିବାରୁ ଏହା ବନବାସ କାଳର ପ୍ରତିମା ଭାବେ ପୂଜା ପାଇଥାନ୍ତି। ଆସନ୍ତାକାଲି ରବିବାର ସନ୍ଧ୍ୟାରେ ପ୍ରଭୁଙ୍କର ଚିତ୍ରକୁଟ ବେଶ ଅନୁଷ୍ଠିତହେବ ।

0
0
0
s2sdefault