ସାମିଲ ହେଲେ ଦୁଇ ଶହ ରୁ ଉର୍ଦ୍ଧ ମହିଳା।
ବାସୁଦେବପୁର - ରମାକାନ୍ତ ସେବା ଫାଉଣ୍ଡେସନ ର ପ୍ରତିଷ୍ଠାତା ଚେୟାରମେନ୍ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ ସେବା କାର୍ଯ୍ୟ ପାଇଁ ଭଦ୍ରକ ଜିଲ୍ଲା ରେ ବେଶ୍ ଜଣାଶୁଣା ହୋଇ ସାରି ଲେଣି। ପ୍ରତିଦିନ କଉଠୁ ନା କଉଠୁ ଖବର ଆସି ପହଞ୍ଚି ଥାଏ ତାଙ୍କ ପାଖରେ। ଏହି କ୍ରମ ରେ ବିଭିନ୍ନ ସ୍ଥାନ କୁ ଯାଇ ଅସହାୟ ଗରିବ ଲୋକ ମାନଙ୍କୁ ଭେଟିବା ସହ ଶୁଖିଲା ଖାଦ୍ୟ ପଦାର୍ଥ ବନ କରିଥିଲେ ପିଣ୍ଟୁ ବାବୁ। ପିଣ୍ଟୁ ବାବୁ ଙ୍କ ସହ ରମାକାନ୍ତ ସେବା ଫାଉଣ୍ଡେସନ ର ଶହେ ଉର୍ଦ୍ଧ ସଦସ୍ୟ ମାନେ ବିଭିନ୍ନ ସ୍ଥାନ କୁ ଯାଇ ସେବା କାର୍ଯ୍ୟ କରୁଛନ୍ତି। ଧୀରେ ଧୀରେ ବଢୁଛି ରମାକାନ୍ତ ସେବା ଫାଉଣ୍ଡେସନ ର ସଦସ୍ୟ ସଂଖ୍ୟା, ବିଭିନ୍ନ ପଞ୍ଚାୟତ ରୁ ଯୁବକ ମାନେ ସାମିଲ ହେବା ପରେ ଏବେ ଏକା ଥର କେ ଦୁଇ ସହ ରୁ ଉର୍ଦ୍ଧ ମହିଳା ସଦସ୍ୟ ସାମିଲ ହୋଇଛନ୍ତି। ଶୁକ୍ରବାର ଦିନ ରମାକାନ୍ତ ସେବା ଫାଉଣ୍ଡେସନ ର କାର୍ଯ୍ୟାଳୟ ଆଗରେ ଦୁଇ ସହ ରୁ ଉର୍ଦ୍ଧ ମହିଳା ଙ୍କୁ ଉତ୍ତରୀୟ ଓ ଚାରା ଗଛ ଦେଇ ପିଣ୍ଟୁ ପ୍ରଧାନ ସ୍ଵାଗତ କରିଥିଲେ।