ହେଡଲାଇନସ୍:

ଖାଦ୍ୟର ମାନ ପରୀକ୍ଷା କଲେ ଖାଦ୍ୟ ନୀରିକ୍ଷକ: ୨ ହଜାର ଟଙ୍କା ଜରିମାନା ଅସୁଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ, ୧୧।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଶ୍ରୀରାମ ନବମୀ ଯାତ୍ରା ଚାଲିଥିବା ବେଳେ ନୟାଗଡ଼ ଖାଦ୍ୟ ନିରୀକ୍ଷକ ନବକିଶୋର ସାହୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରୟ ଷ୍ଟଲ ପରିଦର୍ଶନ କରି ଖାଦ୍ୟର ମାନ ପରୀକ୍ଷା କରିଥିଲେ । ବାସୀ ବଳକା ଖାଦ୍ୟ, ରଙ୍ଗ ମିସା ଖାଦ୍ୟ ଏବଂ ମିଆଦ ସରିଥିବା ବିଭିନ୍ନ ଶଷ୍ ଡଷ୍ଟବିନକୁ ଫୋପାଡି ଦେଇଥିଲେ । ଏବଂ ବେଆଇନ ଭାବେ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଖାଇବାକୁ ଦେବା ଅଭିଯୋଗରେ ଅଭିଯୁକ୍ତ ମାନଙ୍କ ଠାରୁ ୨ ହଜାର ଟଙ୍କାର ଜରିମାନା ଅସୁଲ କରିଥିଲେ । ନିରୀକ୍ଷକ ଖାଦ୍ୟର ମାନ ପରୀକ୍ଷା କରିଥୁବା ବେଳେ ଓଡ଼ଗାଁ ଏନ୍ଏସି ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ ତଥା ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

0
0
0
s2sdefault