ରାୟଗଡ଼:-ତା. ୧୦/୦୪-ଓଡ଼ିଆ ପକ୍ଷ ପାଳନ ଅବସରରେ ତା ୧୦.୪.୨୦୨୫ ରିଖ "ଲୋକକଳା ପାଇଁ ଦିନଟିଏ" ପାଳନ ଭିତ୍ତିରେ ଜିଲ୍ଲା ସ୍ଥରୀୟ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ସମସ୍ତ ବ୍ଲକର ବ୍ଲକ କଳା ସଂସ୍କୃତି ସଙ୍ଘର ଉପସଭାପତି ଓ ସହ କଳାକାରମlନେ ଯୋଗଦେଇଥିଲେ l ଏହି ଉତ୍ସବକୁ ସମ୍ମାନୀୟ ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ପଟାୱରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଧେଶକ ଶ୍ରୀ ବସନ୍ତ କୁମାର ପ୍ରଧାନ, ପୂର୍ବତନ ଯୁଗ୍ମ ନିର୍ଦେଶକ ଶ୍ରୀ ଜଳନ୍ଧର ପୁଷିକା, ଜିଲ୍ଲା କଲାଶଂସ୍କୃତି ସଙ୍ଘର ଉପସଭାପତି ଶ୍ରୀ ସନ୍ତୋଷ କୁମାର ବଚ୍ଛା ଯୋଗଦାନ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ମହା ଆଡମ୍ବରରେ ପାଳନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଉକ୍ତ ଦିନ ଜିଲ୍ଲାର ପ୍ରମୁଖ ଲୋକକଳା କଳାକାର ମlନେ ଲୋକନୃତ୍ୟ ପରିବେଷଣ କରିଥିଲେ l ତତ ସହିତ ଲୋକକଳା କଳାକାର ଏବଂ ବରିଷ୍ଠ ଗୁରୁ ମାନଙ୍କୁ ସମ୍ମାନିତ କରାଯାଇଥିଲl l ଏହା ଦ୍ୱାରା ଲୋକକଳା ଅଧିକରୁ ଅଧିକ ମାତ୍ରାରେ ଯୁବ ପିଢ଼ି ଙ୍କ ଦ୍ୱାରା ଆଦୃତ ହୋଇ ପାରିବ l ଏହି କାର୍ଯ୍ୟକ୍ରମକୁ ସଂଗୀତଜ୍ଞ ପ୍ରଶାନ୍ତ କୁମାର ନାୟକ ସଂଯୋଜନା କରିଥିଲେ l
ରାଜ୍ୟ
ଲୋକ କଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ,ସମ୍ବର୍ଦ୍ଧିତ ହେଲେ ବରିଷ୍ଠ କଳାକାର
- Hits: 32