ହେଡଲାଇନସ୍:

ଓଡିଆ ପକ୍ଷ ପାଳନ ଅବସରରେ ଲୋକ କଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୪/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡିଆ ପକ୍ଷ ପାଳନ ଅବସରରେ ଲୋକ କଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ , ଧନ ସିଂ ଭତରା,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଜିପିଇଓ ପଦ୍ମନାଭ ଭାଲ୍ଲା ପ୍ରମୁଖ ମଞ୍ଚାସିନ ଥିଲେ।ଏ ଅଞ୍ଚଳ ର ଲୁଚି ଯାଉଥିବା କଳା ଓ ସଂସ୍କୃତି କୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଅତିଥି ମାନେ ମତ ଦେଇଥିବା ବେଳେ କଳାକାର ମାନଙ୍କ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ସାହିତ୍ୟିକ ଓ ଲେଖକ ମାନଙ୍କ ଦ୍ଵାରା କବିତା ପାଠ କରାଯାଇଥିଲା।ପରିଶେଷରେ ବ୍ଲକ ର ଲେଖକ,କଳାକାର ଓ ସାହିତ୍ୟିକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସୂଚନା ଥାଉ କି ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯାଉଥିବା ବେଳେ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ ମାନ ବ୍ଲକ ସ୍ତରରେ ଆୟୋଜିତ ହେଉଛି। ପିଇଓ ଏଡି ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ସନ୍ତୋଷ ସାହୁ, ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ,ନାଟଗୁରୁ ବିଚିତ୍ର ହରିଜନ,ସି ଆର ସି ସି ଗୁପ୍ତ ପ୍ରସାଦ ନାଗ,ଶିକ୍ଷୟତ୍ରୀ ସନ୍ଧ୍ୟାରାଣି ହୋତା,ସୁଭସ୍ମିତା ପାଢ଼ୀ , ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ, ଗିରିଶବାଳା ଜେନା, ସୁରତ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

0
0
0
s2sdefault