ଭଞ୍ଜନଗର ରୁ ଉଦୟନାଥ ପଣ୍ଡା : ୧ ଏପ୍ରିଲ୍ (ଓଡ଼ିଶା ଦିବସ) ଠାରୁ ୧୪ ଏପ୍ରିଲ୍ (ଓଡ଼ିଆ ନବବର୍ଷ) ପର୍ଯ୍ୟନ୍ତ ପ୍ରତ୍ୟେକ ଓଡିଆଙ୍କ ପାଇଁ ସ୍ଵାଭିମାନ, ସଂସ୍କୃତି, ପରମ୍ପରା ଓ ଅସ୍ମିତା କୁ ନେଇ ପ୍ରେରଣା ର ପକ୍ଷ ରୁପେ ଓଡ଼ିଶା ସରକାରଙ୍କ ଦ୍ଵାରା ସାରା ରାଜ୍ୟରେ ପାଳନ ହେଉଅଛି। ଓଡିଆର ପର୍ବ ହେଉ ଆମ ଭାଷା, ସାହିତ୍ୟ,ଖାଦ୍ୟ, ପୋଷାକ, ନୃତ୍ୟ, ସଂଗିତ ଓ ସଂସ୍କୃତିର ଉତ୍ସବ। ରାଜ୍ୟ ସରକାର ବାର୍ତ୍ତା ଓ ନିର୍ଦେଶ କ୍ରମେ ସବୁଠି ଉତ୍ସାହର ସହକାରେ ଗାଁ ସହର ଶାସକ ପ୍ରଶାସକ ଙ୍କ ଦ୍ୱାରା ଓ ପ୍ରତ୍ୟେକ ଘରେ ଘରେ ୧ ଏପ୍ରିଲ୍ ରୁ ୧୪ ଏପ୍ରିଲ୍ ଓଡ଼ିଆ ନବବର୍ଷ ଯାଏଁ ଓଡ଼ିଆ ପକ୍ଷ ପାଳନ ହେବ।
ଏହି ଅବସରରେ ଏପ୍ରିଲ୍ ମାସ ୪ ତାରିଖ ୨୦୨୫ ଶୁକ୍ରବାର ଦିନ ଓଡିଆ ପକ୍ଷ , ୨୦୨୫ ପାଳନ କରାଯାଇ ଭଞ୍ଜନଗର ଶ୍ରମ କାର୍ଯ୍ୟାଳୟ ଦ୍ଵାରା ଓଡିଆ ରେ ନାମ ଫଳକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସହକାରୀ ଶ୍ରମ ଅଧିକାରୀ ଭଞ୍ଜନଗର ଓ ଜିଲ୍ଲା ପ୍ରଶାସନ ଙ୍କ ମିଳିତ ସହଯୋଗରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୁରଥ କୁମାର ସ୍ଵାଇଁ ଙ୍କ ଅଧକ୍ଷତାରେ ଭଞ୍ଜନଗର ବିଜ୍ଞ।ପିତ ଅଞ୍ଚଳ ଅନ୍ତର୍ଭୁକ୍ତ ଷ୍ଟେଟବ୍ଯାଙ୍କ ଛକରୁ, ଦୋକାନ ଓ ବିଭିନ୍ନ ସରକାରୀ ବେସରକାରୀ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡିଆ ନାମ ଫଳକ ପ୍ରଦର୍ଶନ ନିମନ୍ତେ ଏକ ସଚେତନତା ପଦଯାତ୍ରା ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ପଦଯାତ୍ରା ଖାଲାସି ସାହି ଦେଇ ଏନ. ଏ . ସି ଅଫିସ ଛକ ତଥା ଭଞ୍ଜନଗର ସହର ପରିକ୍ରମା କରି ସହକାରୀ ଶ୍ରମ ଅଧିକାରୀ ଭଞ୍ଜନଗରଙ୍କ କାର୍ଯ୍ୟ।ଳୟ ପର୍ଯନ୍ତ ଯାଇଥିଲା । ଏଥିରେ ପ୍ରାୟ ୧୦୦ ରୁ ଅଧିକ ସ୍ବେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା, ନିର୍ମାଣ ଶ୍ରମିକ ତଥା ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଭାଇ ଓ ଭଉଣୀ ,ସ୍ଥାନୀୟ ବ୍ୟବସାୟୀ ସଂଘର କର୍ମକର୍ତ୍ତା , ବିଭିନ୍ନ ବଣିକ ସଙ୍ଗଠନର କର୍ମକର୍ତ୍ତା ଓ ସାମ୍ବାଦିକ ବନ୍ଧୁ ଗଣ ଅଂଶଗ୍ରହଣ କରିଥିଲେ।ଏହି ପଦଯାତ୍ରା ରେ ସହକାରୀ ଶ୍ରମ ଅଧିକାରୀ ଭଞ୍ଜନଗରଙ୍କ କାର୍ଯ୍ୟ।ଳୟ ର କର୍ମକର୍ତ୍ତା ଶ୍ରୀ ପଦ୍ମ ଚରଣ ନାୟକ,ଶ୍ରୀ ସୁନିଲ କୁମାର ଦାଶ,ଶ୍ରୀ ଲୋକନାଥ ବେହେରା,ଶ୍ରୀ କୁନା ନାୟକ ଆଦି ଉପସ୍ଥିତ ଥିଲେ ।