ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ୩୦ମିନିଟ ସମୟରେ ଡୁଙ୍ଗୁରିପାଲି ବ୍ଳକ ସୁନାପାଲି ପଂଚାୟତ ସୁନାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦ୍ବିଦିବସୀୟ କିଶୋରୀ ବାଳିକାଙ୍କ ସକାଶେ ଉଦ୍ଧିଷ୍ଟ ଯୋଗ ଓ ଧାନ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ବଲାଙ୍ଗିର ଯୋଗ ଓ ଧ୍ୟାନ କାର୍ଯ୍ୟକ୍ରମ ପ୍ରଭାରୀ ଜ୍ୟୋତିପ୍ରକାଶ ସାହୁଙ୍କ ତତ୍ବାବଧାନରେ ପରିପ୍ପଳିତ ଏହି କାର୍ଯ୍ୟକ୍ରମରେ ଯୋଗ ଶିକ୍ଷିକା ତଥା ପଂଚତତ୍ଵ ଚିକିତ୍ସିକା ସାରିକା ପୁରୋହିତ କିଶୋରୀ ମାନଙ୍କୁ ଯୋଗାସନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ସସ୍ମିତା ସାହୁଙ୍କ ପୌରୋହିତ୍ୟରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ପ୍ରଭାରୀ ଜ୍ୟୋତିପ୍ରକାଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍କୁଲ ପରି ଳନା କମିଟୀ ସଭା ନେତ୍ରୀ ଶାତିଲତା ମିର୍ଦ୍ଧା ସମ୍ମାନିତ ଅତିଥ୍, ଶିକ୍ଷୟିତ୍ରୀ ମଞ୍ଜୁଲତା ମିଶ୍ର ମୁଖ୍ୟବକ୍ତା ଆସନରେ ମଂଚାସୀନ ଥିଲେ । ଅତିଥିବୃନ୍ଦ ତାଙ୍କ ବକ୍ତବ୍ୟରେ ଯୋଗ ଓ ଧ୍ୟାନ କିଶୋରୀ ମାନଙ୍କ ଜୀବନରେ ପରିପକ୍ଵତା ପ୍ରାପ୍ତିର ଭିତିଭୂମି କିଭଳି ଭାବରେ କାର୍ଯ୍ୟ କରିପାରେ ସେ ନେଇ ଆଲୋକପାତ କରିଥିଲେ । ପରେ ପରେ ଛାତ୍ରୀମାନଙ୍କ ପକ୍ଷରୁ ବୃତିଗତ ପନ୍ଥା,ପୋଷଣଯୁକ୍ତ ଖାଦ୍ୟ, ପରିବେଶ ସୁରକ୍ଷାରେ କିଶୋରୀ ମାନଙ୍କ ଭୂମିକା, ଅଧୁନାତନ ସୋସିଆଲ ମିଡିଆର ବ୍ୟବହାର ଏବଂ ଅପବ୍ୟବହାର ଉପରେ ପ୍ରଚାର ପତ୍ର ଏବଂ ପ୍ରକଳ୍ପ ଚିତ୍ର ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ କ୍ରିଷ୍ଣାମୟୀ ଭୋଇ, ଜ୍ୟୋତିର୍ମୟୀ ବାଗ,ବୀଥିକା ଭୁଏ,ସାବିତ୍ରୀ ସାହୁ, ପଂଚାନନ ମେହେର, ସହଦେବ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ । ଖେଳ ଶିକ୍ଷକ ମହେଶ ଭୋଇ ଏବଂ ଶେଷଦେବ ମେହେର ଏହି କାର୍ଯ୍ୟକ୍ରମକୁ ପରିଚଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଦେବକୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ସୁନାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋରୀ ବାଳିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
- Hits: 162