ହେଡଲାଇନସ୍:

ଡିଜାଇନ୍ ପାଇଁ ସ୍ନାତକ ସାଧାରଣ ପ୍ରବେଶିକା ପରୀକ୍ଷା ର ସଫଳତା ହାସଲ କଲେ କୌଶିକ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

  ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଅନ୍ତର୍ଗତ ବାଲିମେଦ ପଞ୍ଚାୟତ ଅଧୀନ ପାନପୁର ରେ ମାତା ଦୀପ୍ତି ମଞ୍ଜରୀ ଭୋଇ ଓ ପିତା ମାନସ ରଞ୍ଜନ ଭୋଇ ଙ୍କ ପୁତ୍ର କୌଶିକ କୁଶଲ ଭୋଇ। ପିତା ମାତା ଙ୍କ ସହ ସେ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ରେ ରୁହନ୍ତି ଓ ସେଠାରେ ଅଧ୍ୟୟନ କରନ୍ତି। ପିଲାଟି ଦିନ ରୁ ପାଠ ପଢା ପ୍ରତି ତାଙ୍କର ବେଶ୍ ଆଗ୍ରହ। ଏଣୁ ସେ UCEED ଡିଜାଇନ୍ ପାଇଁ ସ୍ନାତକ ପ୍ରବେଶିକା ପରୀକ୍ଷା ଦେଇ ସର୍ବ ଭାରତୀୟ ସ୍ତରରେ ନଅ ନମ୍ୱର୍ ରାଙ୍କ୍ ରେ ଉତ୍ତୀର୍ଣ୍ଣ ହୋଇ ଛନ୍ତି। ତାଙ୍କର ଏହୀ ସଫଳତା ରେ ପରିବାର ରେ ଖୁସିର ବିଷୟ ଖେଳି ଯାଇଛି। ଭବିଷ୍ୟତ ରେ ତାଙ୍କର ଲକ୍ଷ୍ୟ ର ପ୍ରଶ୍ନ ରେ ସେ କୁହନ୍ତି ଯେ ମୋର ଡିଜାଇନ୍ କେବଳ ଦେଶ ବ୍ୟାପି ନୁହେଁ ବରଂ ଦେଶ ବାହାରେ ବିକଶିତ ହେଉ, ମୋର ଲକ୍ଷ୍ୟ। ଏହି କୃତିତ୍ୱ ହାସଲ ପାଇଁ ସେ ତାଙ୍କର କଠିନ ପରିଶ୍ରମ ଓ ପିତା ମାତା, ଗୁରୁଜନ, ଶିକ୍ଷକ ଶିକ୍ଷୟିତ୍ରୀ, ସାଙ୍ଗ ମାନଙ୍କ ଭଲ ପାଇବା, ଆର୍ଶୀବାଦ ଯୋଗୁଁ ସମ୍ଭବ ହୋଇ ପାରିଲା ବୋଲି କହିଛନ୍ତି।

0
0
0
s2sdefault